ଦିଗପହଣ୍ଡି ରେଞ୍ଜର କାର୍ଯ୍ୟରୁ ନିଲମ୍ବିତ

0
215

ଦିଗପହଣ୍ଡି (ଓବି ନ୍ୟୁଜ୍) (ଶିବ ପ୍ରସାଦ ରଥ) ; ଦିଗପହଣ୍ଡି ବନାଞ୍ଚଳ ର ଡେପୁଟି ରେଞ୍ଜର ପରମାନନ୍ଦ ପାଣିଗ୍ରାହୀ ଙ୍କୁ ଚିଫ ରିଜିଓନାଲ କଂଜେରଭେଟର ଆଜି ତାଙ୍କ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି । ଗତ ଜୁଲାଇ ୧୮ ତାରିଖରେ ଭିଜିଲାନ୍ସ ଦିଗପହଣ୍ଡି ରେଞ୍ଜ ଅଫିସ ଛାପା ମାରିଥିଲା, ତାହା ପରଠାରୁ ସରକାରୀ ଗାଡ଼ି ନେଇ ରେଞ୍ଜର ଫେରାର ଥିଲେ । ସୂଚନାଯୋଗ୍ୟ ଯେ ଆୟ ବହିର୍ଭୁତ ସମ୍ପତି ଠୁଳ ମାମଲାରେ ଵ୍ରହ୍ମପୁର ଡିଏଫଓ ଆଶିଷ କୁମାର ବେହେରା ଭିଜିଲାନ୍ସ ଜାଲରେ ପଡିବା ପରେ ଗତ ଜୁଲାଇ ୧୯ ତାରିଖରେ ଜେଲ ଯାଇଥିଲେ । ଦିଗପହଣ୍ଡି ରେଞ୍ଜର ପରମାନନ୍ଦ ପାଣିଗ୍ରାହୀ ନିଲମ୍ବିତ ହେବା ପରେ ବ୍ରହ୍ମପୁର ରେଞ୍ଜର ଏ.ରାଜା ରାଓ ସୁବୁଦ୍ଧି ଦିଗପହଣ୍ଡି ରେଞ୍ଜର ଭାବେ ଅତିରିକ୍ତ ଦାୟିତ୍ୱ ନେଲେ ।

LEAVE A REPLY

Please enter your comment!
Please enter your name here