ଆର ପାରିରେ ବିଶିଷ୍ଟ ଅଭିନେତା ବିଜୟ ମହାନ୍ତି

0
256

ଭୁବନେଶ୍ୱର (ଓବି ନ୍ୟୁଜ ବ୍ୟୁର) ; ଦୀର୍ଘଦିନ ହେଲା ଅସୁସ୍ଥ ଥିବା ଓଲିଉଡ ଜଗତର ବେତାଜ ବାଦଶାହ ବିଜୟ ମହାନ୍ତିଙ୍କର ଆଜି ସନ୍ଧ୍ୟାରେ କେୟାର ହସ୍ପିଟାଲରେ ବିୟୋଗ ଘଟିଛି।ମୃତ୍ୟୁ ବେଳକୁ ତାଙ୍କୁ ୭୦ବର୍ଷ ବୟସ ହୋଇଥିଲା।ସେ ୧୯୭୭ ମସିହାରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ପାଦ ଦେଇ ନିଜର ନିଖୁଣ ଅଭିନୟ ଦ୍ୱାରା ଦର୍ଶକଙ୍କ ପ୍ରିୟପାତ୍ର ହୋଇପାରିଥିଲେ।ତାଙ୍କର ବିୟୋଗରେ ଓଲିଉଡ ଇଣ୍ଡଷ୍ଟ୍ରୀର ଅପୁରଣୀୟ କ୍ଷତି ଘଟିଥିବା ଅନ୍ୟ କଳାକାର ମାନେ ନିଜ ପ୍ରତକ୍ରିୟାରେ କହିଛନ୍ତି।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଭିନେତା ବିଜୟ ମହାନ୍ତିଙ୍କ ମୃତ୍ୟୁ ଖବର ଶୁଣି ଦୁଃଖ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here