ଛତ୍ରପୁର(ଓବି ନ୍ୟୁଜ) (ପ୍ରଶାନ୍ତ ମହାରଣା): ସ୍ଥାନୀୟ ପୁଲିସ ପ୍ୟାରେଡ୍ ପଡ଼ିଆରେ ଜିଲ୍ଲାସ୍ତରୀୟ ୭୩ତମ ସ୍ୱାଧୀନତା ଦିବସ ଅବସରରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତୋଳନ କରିବା ସହ ମିଳିତ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିଥିଲେ । ଉପସ୍ଥିତ ଜନତାଙ୍କୁ ଉଦବୋଧନ ଦେଇ ସ୍ୱାଧୀନତା ଆନ୍ଦୋଳନରେ ଝାସ ଦେଇଥିବା ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଗଞ୍ଜାମ ଜିଲ୍ଲାର ମୋର ଭାଇ ଭଉଣୀ ମାନେ, ଛାତ୍ରଛାତ୍ରୀ ଓ କାର୍ଯ୍ୟାଳୟ ପ୍ରମୁଖ ମାନଙ୍କୁ ୭୩ତମ ସ୍ୱାଧୀନତା ଦିବସ ଅବସରରେ ଅଭିନନ୍ଦନ ଜଣାଇଥିଲେ । ଆଜିର ଦିନ ଆମ ପାଇଁ ଖୁସୀର ଦିନ । ଆଜି ଆମେ ସମସ୍ତ ସ୍ୱାଧୀନତା ସଂଗ୍ରାମୀକୁ ମନେ ପକାଇବା ପାଇଁ ଆମ ଜିଲ୍ଲା, ଆମ ରାଜ୍ୟ ଏବଂ ଦେଶର ଉନ୍ନତି ପାଇଁ ଶପଥ ନେବା । ଆମ ଜିଲ୍ଲାର ଚାଷୀମାନଙ୍କ ଉନ୍ନତି ପାଇଁ ବିଭିନ୍ନ ଯୋଜନା ଆରମ୍ଭ ହୋଇଛି । ଯାହା କି କାଳିଆ ଯୋଜନା ଏକ ଉଦାହରଣ ।
ଗଞ୍ଜାମ ଜିଲ୍ଲା ଶିକ୍ଷା କ୍ଷେତ୍ରରେ ଭଲ ଉଦାହରଣ ସୃଷ୍ଟି କରିଛି । ମୋ ସ୍କୁଲ ଅଭିଯାନ, ପରିମଳ ବିଦ୍ୟାଳୟ, ପିଲାଟିଏ ଗଛ ଟିଏ ସମେତ ବହୁ ଯୋଜନା କାର୍ଯ୍ୟକ୍ରମ ହୋଇ ସଫଳ ରୂପାୟନ ହୋଇଛି । ଗ୍ରାମାଂଚଳର ଉନ୍ନତି ହେଲେ ଜିଲ୍ଲାର ଉନ୍ନତ ହେବ, ଜିଲ୍ଲାର ଉନ୍ନତି ହେଲେ ରାଜ୍ୟର ଉନ୍ନତି ହେବ । ଏଥି ମଧ୍ୟରେ ଗାମାଂଚଳରେ ପରିବର୍ତନ ହୋଇଛି । ବିଜୁ ପକ୍କା ଘର, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ନିର୍ମାଣ ଶ୍ରମିକ ଯୋଜନା, ଭୂବନ୍ଧ ଗ୍ରାମୀଣ ଯୋଜନା ମାଧ୍ୟମରେ ଲୋକମାନେ ବହୁ ସୁବିଧା ପାଉଛନ୍ତି । ଆଗାମୀ ସମସ୍ତ ଯୋଜନା ଆସ ଆମେ ସମସ୍ତେ ମିଳିମିଶି କାର୍ଯ୍ୟ କରିପାରିଲେ ଜିଲ୍ଲାର ବିକାଶ ହୋଇପାରିବ । ଏହା ସହିତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୫ଟି ମୂଳମନ୍ତ୍ର ଉପରେ କାର୍ଯ୍ୟ କରିଲେ ଜିଲ୍ଲାର ବିକାଶ ହୋଇପାରିବ । ଜିଲ୍ଲାରେ ସ୍ୱଚ୍ଛତା ଆଣିବା, ପ୍ଲାଷ୍ଟିକ୍ କୁ ନାଁ, ନିଜ ଘରେ ଡ଼ଷ୍ଟିବିନ ବ୍ୟବହାର, ଖୋଲା ମଳତ୍ୟାଗକୁ ନା, ବାଲ୍ୟ ବିବାହକୁ ନା, ବାଲ୍ୟ ଶ୍ରମିକକୁ ନା ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ଉପସ୍ଥିତ ଜନସାଧାରଣଙ୍କୁ ଉଦବୋଧନ ଦେଇଥିଲେ । ଏହି ପ୍ୟାରେଡରେ ୩୮ଟି ଦଳ ଅଂଶଗ୍ରହଣ କରି ପ୍ୟାରେଡ଼ କରିଥିବା ବେଳେ ୪ଗୋଟି ଦଳ ଶାରିରୀକ କ୍ରୀଡ଼ା ପ୍ରଦର୍ଶନ କରିଥିଲେ । ଏଥିରେ ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ସିନିୟର ଡ଼ିଭିଜନ ଏନସିସି ଆର୍ମି ଉଇଙ୍ଗ କୃତିତ୍ୱ ହାସଲ କରିଥିଲେ । ଜୁନିୟର ଡ଼ିଭିଜନ ଏନସିସି ବର୍ଗରେ ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର କୃତିତ୍ୱ ହାସଲ କରିଥିଲା । ସ୍କାଉଟ, ଗାଇଡସ ରେଡ଼କ୍ରସରେ ଅନସ୍ଲୋ ହାଇସ୍କୁଲର ବୟସ୍ ସ୍କାଉଟ୍ କୃତିତ୍ୱ ହାସଲ କରିଥିଲା । ସିନିୟର ସିଭିଲିୟନରେ ଗୋବିନ୍ଦପୁର ଜ୍ଞାନ ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କୃତିତ୍ୱ ହାସଲ କରିଥିଲା । ସେହିପରି ସିନିୟର ସିଭିଲିୟାନ (ଦ୍ୱିତୀୟ) କାଳିଆବାଲି ସ୍ଥିତ ସେଂଚୁରିଆନ ଜୁନିୟର ବିଜ୍ଞାନ ମହାବିଦ୍ୟାଳୟ କୃତିତ୍ୱ ହାସଲ କରିଥିଲା । ଜୁନିୟର ସିଭିଲିୟାନରେ ଛତ୍ରପୁର ପୁଲିସ ହାଇସ୍କୁଲ କୃତିତ୍ୱ ହାସଲ କରିଥିଲା । ଜୁନିୟର ସିଭିଲିଆନ (ଦ୍ୱିତୀୟ)ରେ ଛତ୍ରପୁର ଶ୍ରୀମାଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର , ସବ୍ ଜୁନିଅର ସିଭିଲିଆନରେ ଛତ୍ରପୁର ମା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ସବ୍ ଜୁନିଅର ସିଭିଲିୟାନ (ଦ୍ୱିତୀୟ)ରେ ଅନସ୍ଲୋ ଅନୁଷ୍ଠାନର ଇକୋ କ୍ଲବ୍ , ସବ୍ ଜୁନିଅର ସିଭିଲିଆନ (ତୃତୀୟ)ରେ କରପଡ଼ା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ଶାରିରୀକ କ୍ରୀଡ଼ା ପ୍ରତିଯୋଗିତାରେ ପ୍ରଥମରେ ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର କୃତିତ୍ୱ ହାସଲ କରିଥିବା ବେଳେ ଦ୍ୱିତୀୟରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ହାସଲ କରିଥିଲେ ।
ଏହି ଉତ୍ସବରେ ଗଞ୍ଜାମ ଏସପି ବ୍ରିଜେଶ କୁମାର ରାଏ ପ୍ରବେଶନାରୀ ଆଇଏଏସ ଅଫିସର କ୍ରିତିଭାସନ୍ ଭି , ଗଞ୍ଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) କବିନ୍ଦ୍ର କୁମାର ସାହୁ, ଗଞ୍ଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୋନମ ପଲେଇ, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଡୁଡା ପିଡି ସୁଦାମ ଚରଣ ମଣ୍ଡଳ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ଆସିଂଟାଟ୍ କଲେକ୍ଟର ଶରତ କୁମାର ପାତ୍ର ଓ ବିକ୍ରମ ଦୋରା, ଜିଲ୍ଲା ପଂଚାୟତ ଅଧିକାରୀ ଧର୍ମାନନ୍ଦ ସେଠିଆ, ଗଞ୍ଜାମ ଅତିରିକ୍ତ ଏସପି ପତିତପାବନ ଚୌଧୁରୀ ଓ ସୀତାରାମ ଶତପଥୀ, ଡ଼ିଏସପି ଏସ୍. ପ୍ରଧାନ, ଛତ୍ରପୁର ଏସଡ଼ିପିଓ ଉକ୍ରଳ କେଶରୀ ଦାଶ, ଆସିଟାଂନ୍ଟ କମାଂଡ଼ଟ୍ ଜିତେନ୍ଦ୍ର କୁମାର ଦେଉରୀଙ୍କ ସମେତ ବହୁ ଜନସାଧାରଣ, ସରକାରୀ କର୍ମଚାରୀ, ପୁଲିସ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବିରଂଚି ନାରାୟଣ ପ୍ରଧାନ ଓ ତାଙ୍କ କର୍ମଚାରୀ ମାନେ ପରିଚାଳନା କରିଥିଲେ । ପ୍ୟାରେଡ଼ ପରିଚାଳନା କରିଥିଲେ ରିଜର୍ଭ ଇନିସପେକ୍ଟର ଗଙ୍ଗାଧର ଧାଙ୍ଗର୍ ଓ ସର୍ଜେଂଟ୍ ଏସ.କେ ବାରିକ । ପ୍ୟାରେଡ଼ ବିଚାରକ ଭାବେ ଡିଏସପି ଏସ୍. ପ୍ରଧାନ, ଆସିଂଟାଂଟ୍ କମାଡ଼ଂଟ୍ ଜିତେନ୍ଦ୍ର କୁମାର ଦେଉରୀ, ସଞ୍ଜୟ ବେହେରା ଓ ଅବସରପ୍ରାପ୍ତ ପୁଲିସ ଅଧିକାରୀ ପି. ଚନ୍ଦ୍ରଶେଖର ପଟ୍ଟନାୟକ ଉପସ୍ଥିତ ଥିଲେ ।