ଛତ୍ରପୁର(ଓବି ନ୍ୟୁଜ) (ପ୍ରଶାନ୍ତ ମହାରଣା): ୭୩ ଦିବସ ସ୍ୱାଧୀନତା ଦିବସ ଉପଲକ୍ଷେ ସାରା ଭାରତ ବର୍ଷରେ ମହାଆଡ଼ମ୍ବରରେ ପାଳନ କରାଯାଉଥିବା ବେଳେ ସେହିପରି ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ଓ ବ୍ଲକ୍ ଓ ଏନଏସି, ସରକାରୀ, ବେସରକାରୀ ଶିକ୍ଷାନୁଷ୍ଠାନ ଓ ବିଭିନ୍ନ ଦଳର କାର୍ଯ୍ୟାଳୟ ଗୁଡ଼ିକରେ ଏହା ପାଳନ କରାଯାଇଛି । ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଏବଂ ଆବାସିକ କାର୍ଯ୍ୟାଳୟରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ପତାକା ଉତୋଳନ କରିଥିବା ବେଳେ ଡ଼ଆରଡ଼ିଏ କାର୍ଯ୍ୟାଳୟ ଡ଼ିଆରଡ଼ିଏ ପିଡ଼ି ଇଂ. ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ଛତ୍ରପୁର ତହସିଲ କାର୍ଯ୍ୟାଳୟ ତହସିଲଦାର ନୀଳମାଧବ ଭୋଇ, ଛତ୍ରପୁର ଥାନାରେ ଥାନା ଅଧିକାରୀ ପ୍ରିୟସ ରଞ୍ଜନ ଛୋଟରାଏ, ଛତ୍ରପୁର ଏନଏସି କାର୍ଯ୍ୟାଳୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ ଜାତୀୟ ପତାକା ଉତୋଳନ କରିଥିଲେ । ଛତ୍ରପୁର ପଂଚାୟତ ସମିତି କାର୍ଯ୍ୟାଳୟରେ ବ୍ଳକ ଅଧ୍ୟକ୍ଷ ଏମ. ଧନଞ୍ଜୟ ରେଡ୍ଡି ଜାତୀୟ ପତାକା ଉତୋଳନ କରିଥିବା ବେଳେ ବିଡ଼ିଓ ଅମ୍ବିକା ପ୍ରସାଦ ଦାଶ ଉପସ୍ଥିତ ଥିଲେ ।
ସେହପରି ବିଇଓ କାର୍ଯ୍ୟାଳୟ ବିଇଓ ଅବିନାଶ ଶତପଥୀ, ଅନସ୍ଲୋ ଅନୁଷ୍ଠାନରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ନମିତା ଦେ ପୁଲିସ ହାଇସ୍କୁଲ ଠାରେ ପ୍ରଧାନ ଶିକ୍ଷକ ଭାଗିରଥୀ ସ୍ୱାଇଁ , ଗଞ୍ଜାମ ଏସପିଙ୍କ କାର୍ଯ୍ୟାଳୟରେ ଏସପି ବ୍ରିଜେଶ କୁମାର ରାଏ, ଋଷିକୁଲ୍ୟା ରୟତ ମହାସଭା କାର୍ଯ୍ୟାଳୟରେ ସମ୍ପାଦକ ସିମାଂଚଳ ନାହାକ, ଜିଲ୍ଲା ଟାଏକୋଣ୍ଡ୍ ସଂଘର କାର୍ଯ୍ୟାଳୟରେ ଜିଲ୍ଲା ସମ୍ପାଦକ ଏ. ମନୋଜ ପ୍ରଧାନ, ଗୋପାଳପୁର ଡ଼କ୍ ୱାର୍କସ ୟୁନିଅନ କାର୍ଯ୍ୟାଳୟରେ ସଭାପତି ଜି. ଏରେୟା, ଛତ୍ରପୁର ରିକ୍କାପଲ୍ଲୀ ସ୍ଥିତ କସ୍ତୁରବା ଗାନ୍ଧି ଆବାସିକ ବାଳିକା ବିଦ୍ୟାଳୟରେ ଶିକ୍ଷାବିତ କୃପାସିନ୍ଧୁ ପଣ୍ଡା, ପିଲିବନ୍ଧ ସ୍ଥିତ ୟୁରୋକିଡ଼ସ ପ୍ରି ସ୍କୁଲ ଠାରେ ପ୍ରିନ୍ସପାଲ ଡ଼ାଏନା ମିଶ୍ର, ସସ୍ମିତା ମହାପାତ୍ର ଓ ଯୁବ ଆଇନଜୀବୀ ରଞ୍ଜନ ମହାପାତ୍ର ଉପସ୍ଥିତ ରହି ଜାତୀୟ ପତାକା ଉତୋଳନ କରିଥିଲେ ।