ଛତ୍ରପୁରରେ ରକ୍ଷା ବନ୍ଧନ

0
143

ଛତ୍ରପୁର(ଓବି ନ୍ୟୁଜ) (ପ୍ରଶାନ୍ତ ମହାରଣା): ପଲ୍ଲୀ ଠାରୁ ସହର ପର୍ଯ୍ୟନ୍ତ ସବୁ ସ୍ଥାନରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ପାଳିତ ହୋଇଯାଇଛି । ଭଉଣୀମାନେ ଭାଇ ହାତରେ ରାକ୍ଷୀ ବାନ୍ଧି ଭାଇ ଠାରୁ ସୁରକ୍ଷା ଆଶା କରିଛନ୍ତି । ଏଥି ପାଇଁ ସବୁ ପରିବାରରେ ପିଠା ଓ ମିଠା ସହ ଉତ୍ସବର ମାହୋଲ ସୃଷ୍ଟି ହୋଇଛି ।
ସେହିପରି କିଛି ଶିକ୍ଷାନୁଷ୍ଠାନରେ ମଧ୍ୟ ରକ୍ଷାବନ୍ଧନ ଉତ୍ସବ ପାଳିତ ହୋଇଯାଇଛି । ଶିଶୁ ଭଉଣୀମାନେ ଭାଇ ମାନଙ୍କୁ ରାକ୍ଷୀ ବାନ୍ଧି ତାଙ୍କର ଦୀର୍ଘାୟୁ କାମନା କରିଛନ୍ତି ।

LEAVE A REPLY

Please enter your comment!
Please enter your name here