ବ୍ରହ୍ମପୁରରେ ସ୍ୱାଧୀନତା ଦିବସ

0
77

ବ୍ରହ୍ମପୁର (ଓବି ନ୍ୟୁଜ)(ଅମର କୁମାର ଦାଶ): ୭୩ ତମ ପବିତ୍ର ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ବ୍ରହ୍ମପୁର ଠାରେ ଆୟୋଜିତ ଉପଖଣ୍ଡସ୍ତରୀୟ ମହୋତ୍ସବରେ ଦକ୍ଷିଣାଂଚଳ ରାଜସ୍ୱ କମିଶନର ଟି. ଆପାଙ୍ଗ ଆଓ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ପତାକା ଉତୋଳନ କରିବା ସହ ସମ୍ମିଳିତ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିଥିଲେ । ଏହି ଅବସରରେ ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ସ୍ମରଣ କରି ସେମାନଙ୍କର ତ୍ୟାଗ ଓ ଉତ୍ସର୍ଗୀକୃତ ଜୀବନ ପାଇଁ ଆମେ ସ୍ୱାଧୀନ ହୋଇ ପାରିଛେ ବୋଲି କହିଥିଲେ । ଏହି ଅବସରେ ଏନସିସି, ସ୍କାଉଟ ଓ ପୁଲିସ ସମେତ ୪୩ଟି ଦଳ ପକ୍ଷରୁ ପ୍ୟାରେଡ଼ ପରିବେଷଣ ହୋଇଥିଲା ଓ ସ୍କୁଲର ଛାତ୍ରଛାତ୍ରୀମାନେ ଶାରିରୀକ କ୍ରୀଡ଼ା ପ୍ରଦର୍ଶନ କରିଥିଲେ । ଶେଷରେ କୃତୀ ଦଳକୁ ମୁଖ୍ୟ ଅତିଥି ଟ୍ରଫି ପ୍ରଦାନ କରିଥିଲେ ।
ସେହିପରି ବ୍ରହ୍ମପୁର ବିଭିନ୍ନ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନରେ ମଧ୍ୟ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ବହ୍ମପୁର ଶିଳ୍ପାଂଚଳ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ୱାଣ୍ଡର ଷ୍ଟ୍ରାରଜ୍ ପ୍ଲେ ସ୍କୁଲ ମଧ୍ୟ ସ୍ୱାଧୀନତା ଦିବସ ପାଳିତ ହୋଇଥିଲା । ଶେଷରେ ମିଠା ବଂଟନ ସହ ପିଲାମାନଙ୍କ ଦ୍ୱାରା ନାଚ ଗୀତର ଆୟୋଜନ ହୋଇଥିଲା ।

LEAVE A REPLY

Please enter your comment!
Please enter your name here