ବ୍ରହ୍ମପୁର(ଓବି ନ୍ୟୁଜ୍): ସହରର ବିିଭିନ୍ନ ଅନୁଷ୍ଠାନ ଓ ପ୍ରତିଷ୍ଠାନ ପକ୍ଷରୁ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ସ୍ଥାନୀୟ ଶ୍ରୀ ଟାୱାର ସୋସାଇଟି ପରିସରରେ ମଧ୍ୟ ଆନନ୍ଦ ସହ ପତାକା ଉତୋଳନ କାର୍ଯ୍ୟକ୍ରମ ଅନୁ୍ଷ୍ଠିତ ହୋଇଥିଲା । ଏଥିରେ ଶ୍ରୀ ଟାୱାର ସୋସାଇଟିର ସଭାପତି ପ୍ରବୀର କୁମାର ପାତ୍ର ଯୋଗ ଦେଇ ପତାକା ଉତୋଳନ କରିଥିଲେ । ସଂପାଦକ ପ୍ରମୋଦ ଦାସ ସ୍ୱାଧୀନତାର ଦାୟିତ୍ୱ ଓ ମୂଲ୍ୟବୋଧକୁ ବୁଝାଇଥିଲେ । ଏହି ଅବସରରେ ସୋସାଇଟିର ସଦସ୍ୟ ମଦନ ରାଉତ, ସରୋଜ ପୃଷ୍ଟି, ଜି. କାଶୀ ବିଶ୍ୱନାଥ, ନିଗମାନନ୍ଦ ପଣ୍ଡା, ପବିତ୍ର ପାଣିଗ୍ରାହୀ, ଜେ.ଶ୍ରୀଧର, ଆଶିଷ ବାବୁଙ୍କ ସମେତ ସୋସାଇଟିରେ ଅନ୍ତେବାସୀ ଉପସ୍ଥିତ ଥିଲେ । ଏହାସହ ଆଜି ପବିତ୍ର ରକ୍ଷା ବନ୍ଧନ ଅବସରରେ ସୋସାଇଟିର ମହିଳା ଗ୍ରୁପ୍ ସଦସ୍ୟ ସୁଦଷ୍ଣା ପାତ୍ର, ମମତା ପାତ୍ର, ମମିତା ପଟ୍ଟନାୟକ, ଶାରଳା ପାଣିଗ୍ରାହୀ, ଏମ୍.ସାବିତ୍ରୀ, ଜୟନ୍ତୀ ପଟ୍ଟନାୟକ, ଆଶାରାଣୀ ପାତ୍ର, ଜି.ଶ୍ୟାମଳା, ଜେ. ସୁଧାରାଣୀ, ନିବେଦିତା ଦାସ ପ୍ରମୁ୍ଖ ଉପସ୍ଥିତ ରହି ସମସ୍ତଙ୍କୁ ରାକ୍ଷୀ ବାନ୍ଧିଥିଲେ ।