ହିଞ୍ଜିଳିକାଟୁ ବାଳିକା ଉଚ୍ଚ ବିଦ୍ୟାଳୟରେ ପ୍ରବେଶ ଉତ୍ସବ

0
144

ହିଞ୍ଜିଳିକାଟୁ (ଓବି ନ୍ୟୁଜ୍) : ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଖାରଛୁଟି ପରେ ବିଦ୍ୟାଳୟ ଖୋଲବାର ପ୍ରଥମ ଦିନେ ରେ ବିଦ୍ୟାର୍ଥୀଙ୍କ ପ୍ରବେଶ ଉତ୍ସବ ମହାଆଡମ୍ବର ସହକାରେ ପାଳିତ ହୋଇଯାଇଛି । ଏହାସହ ପିଲାଟିଏ ଗଛ ଟିଏ କାର୍ଯ୍ୟକ୍ରମକୁ ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ଶାନ୍ତିଲତା ମୁନିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ବିଡ଼ିଓ ପ୍ରସନ୍ନ କୁମାର ପାତ୍ର ,ତହସିଲଦାର ଗୋପୀନାଥ କୁଆଁର ,ଶିକ୍ଷା ଅଧିକାରୀ ଏସ୍ ଗିରିଧାରୀ ଅତିଥି ଭାବେ ଯୋଗ ଦେଇ ପିଲାଟିଏକୁ ଗଛଟିଏ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ଉପସ୍ଥିତ ଛାତ୍ରୀ ମାନଙ୍କ ସହ ବୃକ୍ଷରୋପଣ କରିଥିଲେ ଏହା ସହ ପ୍ଲାଷ୍ଟିକ ଓ ପଲିଥିନ୍ ବ୍ୟବହାର ନକରିବା ନିମନ୍ତେ ପିଲାମାନଙ୍କୁ ଶପଥ କରାଇଥିଲେ। ପ୍ରତେକ ବିଦ୍ୟାର୍ଥୀ ସେମାନଙ୍କ ଘର ବାରିପଟେ କିମ୍ବା କୈାଣସି ସୁରକ୍ଷିତ ସ୍ଥାନରେ ଗଛ ଲଗାଇ ଏହାର ସଠିକ୍ ଯତ୍ନ ନେବା ନିମନ୍ତେ ଉପସ୍ଥିତ ବିଦ୍ୟାର୍ଥୀ ମାନଙ୍କୁ ଅତିଥି ମାନେ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ସହଯୋଗ କରିଥିଲେ

LEAVE A REPLY

Please enter your comment!
Please enter your name here