ବ୍ରହ୍ମପୁର (ଓବି ନ୍ୟୁଜ): ବ୍ରହ୍ମପୁର ମିଲିଟାରୀ ଲାଇନ ନିକଟରେ ଆଇଏଫବିର ଏକ ସୋ’ ରୁମ୍ ଉଦଘାଟିତ ହୋଇଯାଇଛି । ପୂର୍ବତନ କର୍ପୋରେଟର ତଥା ବିଜେଡ଼ିର ଯୁବ ନେତା ଆର. ମୁରଲୀ ମୋହନଙ୍କ ଉପସ୍ଥିତିରେ ତାଙ୍କର ନୂତନ ସୋ’ ରୁମକୁ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଓ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ଉଦଘାଟନ କରିଛନ୍ତି ।
ଏହି ଅବସରରେ ପୂର୍ବତନ ବିଧାୟକ ଡ. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ପୂର୍ବତନ ବିଡ଼ିଏ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ମହାରଣା, ବିଜେଡ଼ି ଯୁବ ନେତା ଦୁର୍ଗା ପଣ୍ଡା, ପୂର୍ବତନ କର୍ପୋରେଟର ମମତା ବିଷୋୟୀ, ସୁଧୀର ରାଉତ, ବିଜୁ ଯୁବ ଛାତ୍ର ସଭାପତି ଏନ୍. ଧନଞ୍ଜୟ ରାଓ ପ୍ରମୁଖ ଉପସ୍ଥିତ ଥିଲେ । ଏହି ସୋ’ରୁମ୍ ରେ ଆଇଏଫବି କମ୍ପାନୀର ଉତ୍ପାଦିତ ସମସ୍ତ ଇଲୋକଟ୍ରୋନିକ ସାମଗ୍ରୀ ଉପଲବ୍ଧ ।