ଭୁବନେଶ୍ୱର(ଓବି ନ୍ୟୁଜ): ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଆନନ୍ଦ ଉଲ୍ଲାସର ସହ ୭୩ତମ ସ୍ୱାଧୀନତା ଦିବସ ଭୁବନେଶ୍ୱର ଠାରେ ମହା ସମାରୋହରେ ପାଳିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ମହୋତ୍ସବରେ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ପତାକା ଉତୋଳନ କରିବା ସହ ସମ୍ମିଳିତ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ସ୍ମରଣ କରି ସେମାନଙ୍କ ତ୍ୟାଗ ଯୋଗୁଁ ଭାରତ ଭୂମି ଇଂରେଜୀ ଶାସନ କବଳରୁ ସ୍ୱାଧୀନତା ପାଇଥିଲା ବୋଲି କହିବା ସହ ରାଜ୍ୟ ସରକାର ଲୋକଙ୍କ ସେବା ପାଇଁ ଉତ୍ସର୍ଗୀକୃତ ବୋଲି କହିଥିଲେ ।
ଏହି ଅବସରରେ ଆମ ସରକାର ନାମକ ଏକ ଯୋଜନାର ଘୋଷଣା କରିିଥିଲେ । ଏହି ଯୋଜନା ଆସନ୍ତା ଅକ୍ଟୋବର ୨ ତାରିଖ ଗାନ୍ଧି ଜୟନ୍ତୀ ଅବସରରେ ଆରମ୍ଭ ହେବ ଆଉ ଏହି ଯୋଜନାରେ ମୁଖ୍ୟମନ୍ତ୍ରୀ ନିଜେ ସାଧାରଣ ଲୋକଙ୍କ ସହ ଫୋନ ଯୋଗେ ଯୋଗାଯୋଗ କରି ସେମାନଙ୍କ ସମସ୍ୟା ସଂପର୍କରେ ଅବଗତ ହେବେ ଓ ତାହାର ଦୂରୀକରଣ ପାଇଁ ପଦକ୍ଷେପ ନେବେ ବୋଲି ସେ କହିଥିଲେ ।