ଜଗନ୍ନାଥଙ୍କୁ ଲାଗି ହେଲା ପାରିଜାତ

0
215


ସାଲେପୁର, (ଓବି ନିୟୁଜ )( ନୃସିଂହ ଚରଣ ଦାଶ ) : ମର୍ତ୍ୟରେ ପାରିଜାତ ଫୁଲ । ତାହା ପୁଣି ଏହି କଳିଯୁଗରେ । କଥାଟି ଅପ୍ରାସଙ୍ଗିକ ହେଲେ ବି ସତ । ଶ୍ରୀକ୍ଷେତ୍ରର କାଳିଆ ସାଆନ୍ତଙ୍କୁ ତାହାକୁ ଅର୍ପଣ କରିବାକୁ ଅଭିଳାଶ ରଖିଥିବା ଗୃହକର୍ତ୍ତା ଶେଷରେ ଶୋଭାଯାତ୍ରାରେ ଏହି ଫୁଲକୁ ନେଇ ଗାଁର ଜଗନ୍ନାଥ ମନ୍ଦିରରେ ସମର୍ପଣ କରିଛନ୍ତି । ସାଧାରଣରେ ପାରିଜାତ ଫୁଲ ବୋଲି କୁହାଯାଉଥିବା ଏହି ଫୁଲଟି ଗୁରୁବାର ଫୁଟିଥିଲା କଟକ ଜିଲ୍ଲା ମାହାଙ୍ଗା ବ୍ଲକର ହରିଭକ୍ତପୁର ଗାଁରେ । ଗାଁର ବିଶୁନି ଦାଶ ଓ ସୁପ୍ରଭା ଦେଇଙ୍କ ବାଡ଼ିରେ ଫୁଟିଥିବା ଫୁଲକୁ ପରିବାର ଲୋକେ ପ୍ରଥମେ ଦେଖିଥିଲେ । ଏହିକଥା ପ୍ରଚାରିତ ହେବାପରେ ତାହାକୁ ଦେଖିବାକୁ ଭିଡ଼ ଜମିଥିଲା । ଗୃହକର୍ତ୍ତା ବିଶୁନିଙ୍କ କହିବାନୁସାରେ ୭ ବର୍ଷ ତଳେ କଲିକତାରୁ ତାହାର ଚାରା ଆଣି ଲଗାଇଥିଲେ । ଯେଉଁଥିରେ ଫୁଲ ଫୁଟିଛି । ଏହି ଫୁଲ ସମ୍ପର୍କରେ ସ୍ଥାନୀୟ ଜଣେ ବ୍ରାହ୍ମଣଙ୍କ କହିବାନୁସାରେ ଦେବୀ ସତ୍ୟଭାମାଙ୍କ ଅନୁରୋଧ କ୍ରମେ ଶ୍ରୀକୃଷ୍ଣ ପାରିଜାତକୁ ଆଣିଥିଲେ । ସମୁଦ୍ର ମନ୍ଥନ ବେଳେ ଏହି ପାରିଜାତ ପ୍ରାପ୍ତ ହୋଇଥିଲା । ଯାହାକି ସ୍ୱର୍ଗର ନନ୍ଦନକାନନରେ ଶୋଭା ପାଉଥିଲା । ମାତ୍ର ତାହା ମର୍ତ୍ୟକୁ ଆସିବା କଥା ଆମେ ପୁରାଣରୁ ଶୁଣିଛୁ । କିନ୍ତୁ ତାହାଯେ ଏହି ଫୁଲ କଳ୍ପନାତିତ । ସେ ଯାହାବି ହେଉ ଏହି ଫୁଲ ଏକ ବିରଳ ଫୁଲ । ଏହି କରୋନା ସମୟରେ ଏହା ଫୁଟି ଥିବାରୁ ସମ୍ଭବତଃ ଶୁଭ ସୂଚନା ।

LEAVE A REPLY

Please enter your comment!
Please enter your name here