ହିଞ୍ଜିଳିରେ ସ୍ଵାଧୀନତା ଦିବସ

0
257

ହିଞ୍ଜିଳିକାଟୁ(ଓବି ନ୍ୟୁଜ)( ପବିତ୍ର କୁମାର ପାତ୍ର): ଭାରତ ସ୍ୱାଧନତାର ୭୩ତମ ସ୍ଵାଧୀନତା ଦିବସ ଉପଲକ୍ଷେ ପଲ୍ଲୀ ଠାରୁ ଦିଲ୍ଲୀ ପର‌୍ୟ୍ୟନ୍ତ ସ୍ୱାଧୀନତା ଦିବସ ସାରା ଭାରତ ବର୍ଷରେ ମହାଆଡ଼ମ୍ବର ସହ ପାଳନ କରାଯାଉଛି। ସେହିଭଳି ହିଞ୍ଜିଳିକାଟୁ ପୌରପରିଷଦ ଓ ବ୍ଲକ୍ ର ସରକାରୀ, ବେସରକାରୀ ଶିକ୍ଷାନୁଷ୍ଠାନ ଓ ବିଭିନ୍ନ ସ୍ବେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ମହାଆଡ଼ମ୍ବର ସହ ପାଳନ କରିଛନ୍ତି। ହିଞ୍ଜିଳିକାଟୁ ପୌରପରିଷଦ କାର‌୍ୟ୍ୟାଳୟ ରେ ଏଡି.ଏମ ଲକ୍ଷ୍ମୀକାନ୍ତ ସେଠୀ, ପତାକା ଉତୋଳନ କରିଥିବା ବେଳେ ହିଞ୍ଜିଳିକାଟୁ ବିଜ୍ଞାନ ମହାବିଦ୍ୟାଳୟ ଅଧକ୍ଷ ଚନ୍ଦ୍ର ଶେଖର ପୃଷ୍ଟି ,ଶାସନ ଆମ୍ବଗାଁ ଆଦର୍ଶ ବିଦ୍ୟାଳୟ , ଅଟୋ ଷ୍ଟାଣ୍ଡ ଓ ଥାନା ରେ ଥାନା ଅଧିକାରୀ ଅଭିମନ୍ୟୁ ଦାସ, କେନ୍ଦ୍ରୀୟ ବିଦ୍ୟାଳୟ ରେ ବିଡ଼ିଓ ପ୍ରସନ୍ନ କୁମାର ପାତ୍ର,ହିଞ୍ଜିଳି ତହସିଲ କାର‌୍ୟ୍ୟାଳୟ ଓ ତ୍ରିରଙ୍ଗା ଯୁବକ ସଂଘ ଓ ଡିସକବରି ହିଞ୍ଜିଳି ପକ୍ଷରୁ ମିନି ଷ୍ଟାଡିୟମରେ ଆୟୋଜିତ କାର‌୍ୟ୍ୟକ୍ରମ ରେ ତହସିଲଦାର ଗୋପୀନାଥ କୁଆଁର, କୋର୍ଟପରିସର ରେ ମାଜିଷ୍ଟ୍ରଟ ରାଜଶ୍ରୀ ପଟ୍ଟନାୟକ, ବୃନ୍ଦାବନ ସରକାରୀ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷୟତ୍ରୀ ଶାନ୍ତି ଲତା ମୁନୀ, ସ୍ଥାନୀୟ ଅଟୋ ଷ୍ଟାଣ୍ଡ ରେ ବିଜେପି ନଗର ସଭାପତି ମାଧବ ଗୌଡ଼, ପଂଚାୟତ ସମିତି କାର‌୍ୟ୍ୟାଳୟରେ ବ୍ଳକ ଅଧ୍ୟକ୍ଷ ଏନ.ରଘୁନାଥ ଜାତୀୟ ପତାକା ଉତୋଳନ କରିଥିଲେ। ଜାତୀୟ ପତାକା ଉତୋଳନ କରିଥିବା ବେଳେ ବିଡ଼ିଓ ପ୍ରସନ୍ନ କୁମାର ପାତ୍ର ଓ ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ ।
ହିଞ୍ଜିଳିକାଟୁ ସହର ରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ତ୍ରିରଙ୍ଗା ଯୁବକ ସଂଘ ଓ ଡିସକବରି ହିଞ୍ଜିଳି ପକ୍ଷରୁ ସାଇକେଲ ଓ ବାଇକ୍ ରେ ତ୍ରିରଙ୍ଗା ପତାକା ଧରି ମିନି ଷ୍ଟାଡିୟମରୁ ରାଲି ରେ ବାହାରି ନଗର ପରିକ୍ରମା କରିଥିଲେ। ସେହି ପରି ସ୍ଥାନୀୟ ଯୁବକ ମାନଙ୍କ ଉଦ୍ୟମରେ ଆକର୍ଷଣୀୟ ୧୫୦ ମିଟର ଏକ ବିରାଟ ଜାତୀୟ ପତାକାକୁ ଧରି ପଦଯାତ୍ରା ରେ ନଗର ପରିକ୍ରମା କରିଥିଲେ।

LEAVE A REPLY

Please enter your comment!
Please enter your name here