କବାଟ ଭାଙ୍ଗି ସୁନା ଅଳଙ୍କାର ଓ ଟଙ୍କା ଲୁଟିଲେ ଦୁର୍ବୁତ୍ତ

0
127

ବ୍ରହ୍ମପୁର(ଓବି ନ୍ୟୁଜ୍):ବ୍ରହ୍ମପର ସହରର ଅନନ୍ତ ନଗର ପଞ୍ଚମ ଲାଇନ ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ଘରୁ ଚୋରୀ ହୋଇଥିବା ଅଭିଯୋଗ ହୋଇଛି  । ଦଣ୍ଡାସୀ ପାତ୍ର ନାମକ ଜଣଙ୍କ ଘରୁ ଗତ କାଲି ସଂଧ୍ୟାରେ ଚୋର ମାନେ କବାଟ ଭାଙ୍ଗି ଘରେ ଭିତରେ ପଶି ଲୁଟ ପାଟ କରି ଫେରାର ହୋଇଯାଇଛନ୍ତି  । ଘରୁ 8ତୋଳା ସୁନା ଅଳଙ୍କାର  ଓ ନଗଦ 3 ଲକ୍ଷ ଟଙ୍କା ଲୁଟି ନେଇଥିବା ବେଳେ ଘରର ଆସବାବ ପତ୍ର ଓ ଆଲମିରା ଭଙ୍ଗାରୁଜା କରିଦେଇଛନ୍ତି  । ଗତ କାଲି ଘର ଲୋକେ ଅନୁପସ୍ଥିତ ଥିବା ନେଇ ଏହି ଚୋରି କରିଥିଲେ ଚୋର  । ତେବେ ଘରେ ଲୋକେ ରାତିରେ ଘରକୁ ଆସିବା ପରେ ଚୋରୀ  ସମ୍ପର୍କରେ ଜାଣିବାକୁ ପାଇଥିଲେ   । ଏନେଇ ବୈଦ୍ୟନାଥପୁର ଥାନା ପୋଲିସକୁ ଖବର ଦେଇଥିଲେ  । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା  । ଆଜି ସକାଳୁ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ସାହାର୍ଯ୍ୟରେ ତଦନ୍ତ କରାଯାଇଛି  । ଯେହେତୁ ଏହି ଅଞ୍ଚଳ ସବୁବେଳ ଜନ ଗହଳିପୂର୍ଣ୍ଣ ରହିଥାଏ ତଥାପି ସଂଧ୍ୟା 8ଟା ବେଳେ କୌଶଳ କ୍ରମେ ଚୋରୀ କରିପାରିଛନ୍ତି ଚୋର ମାନେ  । ପୋଲିସ ଦଦନ୍ତ କରି ଅତିଶୀଘ୍ର ଚୋରଙ୍କୁ ଧରାଯିବ ବୋଲି ସୂଚନା ଦେଇଛି  ।

LEAVE A REPLY

Please enter your comment!
Please enter your name here