ବାଇକ୍ ଦୁର୍ଘଟଣା, ୨ ଗୁରୁତର

0
37

ବେଗୁନିଆପଡ଼ା (ଓବି ନ୍ୟୁଜ)(ଗାୟତ୍ରୀ ଦେବୀ) :- ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ କେ.ଶାଳବଣ ଗ୍ରାମ ନିକଟରେ ଆଜି ଅପରାହ୍ନରେ ଏକ ବାଇକ ଦୁର୍ଘଟଣାରେ ଦୁଇ ଜଣ ଯୁବକ ଗୁରୁତର ଭାବେ ଆହାତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ମୁତାବକ ସୁମଣ୍ଡଳ ପଞ୍ଚାୟତର ଭାଲିଆଝର ଗ୍ରାମର ନାରାୟଣ ଜେନା (୨୩) ଓ ରଞ୍ଜନ ବାରିକ ଏକ ମୋଟର ସାଇକେଲ ଯୋଗେ ଅଙ୍ଗାର ଗାଁ ରୁ ନିଜ ଗାଁ କୁ ଆସୁଥିବା ବେଳେ ଶାଳବଣ ନିକଟ ରାସ୍ତାର ପାର୍ଶ୍ଵରେ ଭାରସାମ୍ୟ ହରାଇ ରାସ୍ତା କଡରେ ଛିଟିକି ପଡିଥିଲେ । ଫଳରେ ଯୁବକ ଦୁଇଜଣ ଗୁରୁତର ଭାବେ ଆହାତ ହୋଇଥିଲେ । ପରେ ସେମାନଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର୍ ସ୍ଥାନାନ୍ତର କରାଯାଇଛି । ଉଭୟଙ୍କ ଅବସ୍ଥା ସଂକଟାପନ୍ନ ରହିଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here