ଭଞ୍ଜନଗର (ଓବି ନ୍ୟୁଜ)(ଜୟକୃଷ୍ଣ ପଟ୍ଟନାୟକ) :- ଉପେନ୍ଦ୍ର ଭଞ୍ଜ ଷ୍ଟାଡିଅମ ଠାରେ ଆଜି ମହା ସମାରୋହ ରେ ଉପଖଣ୍ଡସ୍ତରୀୟ ସ୍ୱାଧୀନତା ଦିବସ ପାଳନ କରାଯାଇଛି । ମୁଖ୍ୟ ଅତିଥି ଭାବେ ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଉପସ୍ଥିତ ରହି ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡ ରେ ଅଭିବାଦନ ଗ୍ରହଣ କରିଥିଲେ । ଦେଶ ର ଉର୍ନ୍ନତି ପାଇଁ ସମସ୍ତେ ଏକଜୁଟ ହେବା ସହ ଭଞ୍ଜନଗର କୁ ସରସ ସୁନ୍ଦର କରିବା ପାଇଁ ପଲିଥିନ ମୁକ୍ତ କରିବା ଏବଂ ସୁରକ୍ଷିତ ଯାତ୍ରା ପାଇଁ ହେଲମେଟ ବ୍ୟବହାର କରିବା ପାଇଁ ଶ୍ରୀ ମିଞ୍ଜ ପରାମର୍ଶ ଦେଇଥିଲେ । ବିଭିନ୍ନ ବିଦ୍ୟାଳୟ ଓ ଅନୁଷ୍ଠାନ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।

ପ୍ୟାରେଡ ଓ ବିଭିନ୍ନ ପ୍ରତିଯୋଗିତା ରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଏହାପରେ ଭଞ୍ଜନଗର ମେଡିକାଲ ରେ ରୋଗୀ ମାନଙ୍କୁ ଶ୍ରୀ ମିଞ୍ଜ ଫଳ ବଣ୍ଟନ କରିଥିଲେ ଏବଂ ବଡ଼ କୋଦଣ୍ଡା ଠାରେ ଥିବା କୁଷ୍ଟାଶ୍ରମ କୁ ଯାଇ ଅନ୍ତେବାସି ଙ୍କୁ ଆବଶ୍ୟକିୟ ଉପକରଣ ପ୍ରଦାନ କରିଥିଲେ । ଅପରାହ୍ନ ରେ ଓଁ ସଂଗୀତ ଏକାଡେମୀ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।