୭୩ ତମ ସ୍ୱାଧୀନତା ଦିବସ ପାଳନ

0
75

ରଙ୍ଗେଇଲୁଣ୍ଡା (ଓବି ନ୍ୟୁଜ)(ଟୁଟୁ ମହାପାତ୍ର) :- ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ବାଲାଜି ଵିଦ୍ୟା ପୀଠ ଖେଳ ପଡିଆରେ ଗୋପାଳପୁର ନିର୍ବାଚନ ମଣ୍ଡଳୀ ସ୍ତରୀୟ ୭୩ ତମ ସ୍ୱାଧୀନତା ଦିବସ ପାଳନ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଗୋପାଳପୁର ବିଧାୟକ ଡ଼.ପ୍ରଦୀପ କୁମାର ପାଣିଗ୍ରାହୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବ୍ଲକ ଉନ୍ନୟନ ଅଧିକାରୀ କୁମାର ନାଗ ଭୂଷଣ ଓ ସଦର ଏସଡିପିଓ ଯୋଗଦେଇ ଥିଲେ । ବିଧାୟକ ପ୍ରଥମେ ଜାତୀୟ ପତାକା ଉତ୍ତଳୋନ କରିବା ସହ ସମ୍ମିଳିତ ପ୍ୟାରେଡ଼ର ଅଭିବାଦନ ଗ୍ରହଣ କରିଥିଲେ । ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୪୩ ଗୋଟି ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ପ୍ୟାରେଡ଼ରେ ଭାଗ ନେବା ସହ ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ପରିଶେଷରେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀଙ୍କୁ ଅତିଥୀଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଅନ୍ୟମାନଙ୍କ ମଧରେ ଗୋଳନ୍ଥରା ଥାନା ଅଧିକାରୀ ବାବୁଲି ନାୟକ, ବ୍ଲକ ଅଧ୍ୟକ୍ଷା ସି.ଏଚ. ଉସାରାଣୀ,ଉପାଧ୍ୟକ୍ଷ ଅଜିତ ଦାସ, ଜିଲ୍ଲା ପରିଷଦ ସଭ୍ୟା ମଞ୍ଜୁଶ୍ରୀ ଦଳାଇ, ଶ୍ରୀନୁ ରେଡ୍ଡୀ ଙ୍କ ସମେତ ବହୁ ନେତା ଓ ମାନ୍ୟ ଗଣ ବ୍ୟକ୍ତି ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here