ତଥାପି ବଂଚିଛି ଗହ୍ମାଡ଼ିଆଁ ପରମ୍ପରା

0
80

ବ୍ରହ୍ମପୁର(ଓବି ନ୍ୟୁଜ): ରକ୍ଷା ବନ୍ଧନ ଅବସରରେ ଆଉ ଏକ ପର୍ବ ପାଳନ ହୋଇଥାଏ ତାହା ହେଲା ଗହ୍ମାଡ଼ିଆଁ ପରମ୍ପରା । ଏହି ଦିନରେ ପ୍ରଭୁ ବଳଦେବଙ୍କୁ ପୂଜାର୍ଚ୍ଚନା କରାଯିବା ସହ ଗୋମାତାଙ୍କୁ ମଧ୍ୟ ପୂଜା କରାଯାଇଥାଏ । ଆଉ ଏହା ପରେ ଗହ୍ମା ଡ଼ିଆଁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥାଏ ।
ବିଶେଷ କରି ଚାଷୀ ଶ୍ରେଣୀର ଯୁବକମାନେ ଜମିରେ ରୁଆ କାମ ସାରି ଏହି ଦିନରେ ନିଜକୁ ସୁସ୍ଥ ସବଳ ରଖିବା ପାଇଁ ତଥା ଶତ୍ରୁ କବଳରୁ ନିଜ ମାଟି ମାଆଙ୍କୁ ବଂଚାଇବା ପାଇଁ ନିଜକୁ ପ୍ରସ୍ତୁତ କରିଥାନ୍ତି । ଏଣୁ ଏହି ଦିନରେ ମାଟି କୁଦ ଉପରୁ ଡ଼େଇଁବାର ଏକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ । ସମ୍ମୁଖରେ ବାଉଁଶରେ ବନ୍ଧା ଯାଇଥିବା ବିଭିନ୍ନ ସମାଗ୍ରୀକୁ ଯିଏ ଡେଇଁ ଛୁଇଁବାରେ ସକ୍ଷମ ହୋଇଥାଏ ସେମାନଙ୍କୁ ବିଜୟ ଘୋଷଣା କରାଯାଇଥାଏ । ଏହି ପରମ୍ପରା ବିଶେଷ କରି ବିଭିନ୍ନ ପଲ୍ଲୀରେ ଦେଖିବାକୁ ମିଳୁଥିବା ବେଳେ ଏବେ କିନ୍ତୁ ଧୀରେ ଧୀରେ ଲୋପ ପାଇବାକୁ ବସିଲାଣି । ତେବେ ବ୍ରହ୍ମପୁର ଡ଼ିଏଭି ସ୍କୁଲରେ ଉତ୍ସାହି ଛାତ୍ରଛାତ୍ରୀଙ୍କୁ ନେଇ ଗହ୍ମାଡିଆଁର ଆୟୋଜନ ହୋଇଥିଲା । ଆଉ ପିଲାମାନେ ଏଥିରେ ଅଂଶଗ୍ରହଣ କରି ଗହ୍ନା ଡ଼େଇଁବା ସହ ପୁରସ୍କାର ମଧ୍ୟ ପାଇଥିଲେ ।

LEAVE A REPLY

Please enter your comment!
Please enter your name here