ନୀଳକଣ୍ଠେଶ୍ୱର ଶିକ୍ଷା କେନ୍ଦ୍ରରେ ସ୍ୱାଧୀନତା ଦବସ

0
27

ଗଞ୍ଜାମ(ଓବି ନ୍ୟୁଜ)(ଉମାକାନ୍ତ ବେହେରା): ଛୋଟାବସା ସ୍ଥିତ ପୋଇରାଶି ଅଂଚଳ ର ଅଗ୍ରଣୀ ତଥା ଜଣାଶୁଣା ଶିକ୍ଷାନୁଷ୍ଠାନ ନିଳକଣ୍ଠେସ୍ୱର ଶିକ୍ଷା କେନ୍ଦ୍ର ଦ୍ବାରା ୭୩ତମ ସ୍ଵାଧୀନତା ଦିବସ ସ୍ୱତନ୍ତ୍ରତା ଭାବେ ପାଳନ କରାଯାଇଛି। ଶିକ୍ଷା କେନ୍ଦ୍ର ପରିସରରେ ସିକ୍ଷାବିତ୍ ରବୀନ୍ଦ୍ର କୁମାର ଗୋୖଡ଼ଙ୍କ ସଭାପତିତ୍ୱ ରେ ଆୟୋଜିତ କାର‌୍ୟ୍ୟକ୍ରମ ରେ ପୋଇରାଶି ପଂଚାୟତ ର ସରପଞ୍ଚ ପ୍ରତିନିଧି ଶ୍ରୀ ରଘୁନାଥ ପ୍ରଧାନ, ସିକ୍ଷାବିତ୍ ଡି ସୁକ୍ରୁ ପ୍ରଧାନ, ସିକ୍ଷାବିତ୍ ଅଶୋକ ବେହେରା ପ୍ରମୁଖ ମନ୍ଚାସିନ ହୋଇ ଛାତ୍ର ମାନେ ହିଁ ଦେଶର ଭବିଷ୍ୟତ । ଛାତ୍ର ଅବସ୍ଥାରେ ନିଜ କୁ ଶୃଙ୍ଖଳିତ ଓ ଚରିତ୍ରବାନ ହୋଇ ନିଜ କୁ ବିକାଶ କରିବା ପାଈଁ ଉପଦେଶ ଦେଇଥିଲେ। ଏଥି ସହ ନିରନ୍ତର ପ୍ରଚେଷ୍ଟା, ଅନବରତ ସାଧନା ଦ୍ୱାରା ସବୁ ଅସମ୍ଭବ କୁ ସମ୍ଭବ କରିହେବ ବୋଲି ବକ୍ତବ୍ୟ ରଖିଥିଲେ।
କାର‌୍ୟ୍ୟକ୍ରମ ରେ ଅନୁଷ୍ଠାନ ର ପୁରାତନ ଶିକ୍ଷକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ଗୋୖଡ଼ ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା କରାଯାଇଥିଲା ଏବଂ ଆୟୋଜିତ ବକ୍ରୁତା, ନୃତ୍ୟ ଓ ସଂଗୀତ ପ୍ରତିଯୋଗିତା ରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରଯାଇଥିଲା, ଅନୁଷ୍ଠାନ ର ମୁଖ୍ୟ ଦୀପକ କୁମାର ସାହୁ ସଂଯୋଜନା କରିଥିବା ବେଳେ ସଂଗ୍ରାମ ରେଡି, ମୋଚିରାମ ବେହେରା, ସିମାଁଚଳ୍ ମହାପାତ୍ର, ଗଗନ ସାହୁ, ସୁନୀଲ ସେଠି ଓ ମିଥୁନ ଗୋୖଡ଼ ପ୍ରମୁଖ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here