ଧର୍ମଗଡ଼(ଓବି ନ୍ୟୁଜ)(ସୁଧୀର କୁମାର ଗୋପାଳ: କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଳକ ପର୍ଳା ଶିଶୁମନ୍ଦିରରେ ସ୍ବାଧୀନତା ଦିବସ ଓ ରାକ୍ଷି ପୂଣ୍ନିମା ପାଳିତ ହୋଇଯାଇଛି ।ଏଥିରେ ଶିଶୁମନ୍ଦିର ପରିଚାଳନା କମିଟିର ସଭାପତି ହୃଷୀକେଶ ସାହୁ, ସଂପାଦକ ତାରେଣୀ ପ୍ରସାଦ ଦାସ, ସଦସ୍ୟ , ଶିମାଞ୍ଚଳ ମୁଣ୍ଡ ଉପସ୍ଥିତ ହୋଇଥିଳେ ଶ୍ରୀଯୁକ୍ତ ହେତୁରାମ ମେହେର ପତାକା ଉତ୍ତୋଳନ କରିଥିଲେ ।
ପ୍ରତିବର୍ଷ ଅଗଷ୍ଟ ୧୫ ତାରିଖକୁ ଆମେ ସ୍ୱାଧୀନତା ଦିବସ ରୂପେ ପାଳନ କରିଥାଉ। ୧୯୪୭ ଅଗଷ୍ଟ ୧୫ ଭାରତ ମାତା ପାଇଁ ସୁନାର କିରଣ ନେଇ ଆସିଥିଲା। କାରଣ ଏହି ସୁନାର କିରଣ ତା’ ପାଇଁ ଥିଲା ସ୍ୱତନ୍ତ୍ରତା ମିଠା ଅନୁଭବ। ଏହି ଦିନରେ ଭାରତର ପ୍ରଥମ ପ୍ରଧାନ ମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ଲାଲକିଲା ଠାରେ ଜାତୀୟ ଧ୍ୱଜା ତ୍ରିରଙ୍ଗାର ଉତ୍ତୋଳନ କରିଥିଲେ। ସମସ୍ତ ଲୋକ ମାନେ ଗୋଲାମଗିରିର ସମସ୍ତ ଜଞ୍ଜିରକୁ କାଟି ପାଇଥିଲେ ସ୍ୱାଧୀନତାର ଆନନ୍ଦ। ସେବେ ଠାରୁ ଆଜି ପର୍ୟ୍ୟନ୍ତ ସମସ୍ତ ଭାରତ ବାସୀ ଏହି ଦିନଟିକୁ ମହା ଆନନ୍ଦରେ ପାଳନ କରୁଛନ୍ତି।
ଏହି ଦିନରେ ପ୍ରଧାନ ମନ୍ତ୍ରୀ ଲାଲକିଲାରେ ‘ତ୍ରିରଙ୍ଗା’ ଉତ୍ତୋଳନ କରିବା ପରେ ଦେଶ ବାସୀଙ୍କୁ ସର୍ବଦା ଏକତାରେ ବାସ କରିବା ସହ ସ୍ୱାଧୀନତାକୁ ବଜାୟ ରଖିବା ପାଇଁ ଆହ୍ୱାନ ଦେଇଥାଆନ୍ତି। ପରସ୍ପରକୁ ସ୍ୱାଧୀନତାର ଶୁଭକାମନା ଜଣାଇ ଦିନଟିକୁ ସ୍ମରଣୀୟ କରିଥାଆନ୍ତି। ଖାଲି ପରସ୍ପର ମଧ୍ୟରେ ନୁହେଁ ଏହି ଦିନ ଆମେ ଅମର ସହିଦମାନଙ୍କୁ ଓ ସେମାନଙ୍କର ଅମୂଲ୍ୟ ବଳିଦାନକୁ ମଧ୍ୟ ମନେ ପକାଇଥାଉ। ଦେଶକୁ ସ୍ୱାଧୀନତା ଦେବା ପାଇଁ ଯେଉଁ ମହାପୁରୁଷ, ଶହୀଦ ମାନେ ନିଜର ପ୍ରାଣ ବଳି ଦେଇ ଥିଲେ, ସେମାନଙ୍କର ସେହି ସମସ୍ତ କଥା ଠାରୁ ଆମେ ପ୍ରେରଣା ପାଇଁ ଏକ ନବ ଭାରତର ସ୍ୱପ୍ନ ଦେଖିବା ସହ ଏହାକୁ ସାକାର ମଧ୍ୟ କରିବା।