କୃପାଳୁ ଶିଶୁ ସାହିତ୍ୟ ଆସର

0
80

ପାରଳାଖେମୁଣ୍ଡି(ଓବି ନ୍ୟୁଜ)(ଗଣେଶ ରାଜୁ): ଅଗଷ୍ଟ ୧୫ ତାରିଖ ସ୍ବାଧିନତା ଦିବସ ଓ ଶ୍ରୀ ଅରବିନ୍ଦ ଙ୍କ ଜନ୍ମଦିନ,। ଏଥି ସହିତ ଏହି ପବିତ୍ର ଦିନରେ ମଧ୍ୟ ପଡ଼ିଛି , ସୁରକ୍ଷା ଓ ବିଶ୍ୱାସର ପର୍ବ ରାକ୍ଷୀ ବନ୍ଧନ ପୂର୍ଣ୍ଣିମା ଏବଂ ମହାପ୍ରଭୁ ବଳଦେବଙ୍କ ଜନ୍ମତିଥି । ଏହି ଅବସରରେ ବାଲ ମୁକୁନ୍ଦ କେନ୍ଦ୍ର ପକ୍ଷରୁ ପାରଲା ସାହି ସ୍ଥିତ ଆପନ୍ନା ପରିଛା ପାଠାଗାର ପରିସରରେ “କୃପାଳୁ ଶିଶୁ ସାହିତ୍ୟ ଆସର ” ସମ୍ପର୍କିତରେ “ଦେଶଭକ୍ତ ଆପନ୍ନା ପରିଛା” କାର‌୍ୟ୍ୟକ୍ରମ ଗତକାଲି ସଂଧ୍ୟାରେ ଅନୁଷ୍ଠିତ ହୋଇଯାଇଛି ।
ଏହି କାର‌୍ୟ୍ୟକ୍ରମରେ ବାଲ ମୁକୁନ୍ଦ କେନ୍ଦ୍ରର ସଂଯୋଜକ ଶ୍ରୀ ନିତ୍ୟାନନ୍ଦ ଚୌଧୁରୀ ଯୋଗ ଦେଇ ଅତିଥିଙ୍କ ପରିଚୟ ପ୍ରଦାନ କରି କାର‌୍ୟ୍ୟକ୍ରମ ପରିଚାଳନା ଥିବା ବେଳେ କେନ୍ଦ୍ରର ଉପଦେଷ୍ଠା ରାଜ କିଶୋର ପାଢିଙ୍କ ସଭାପତି ତ୍ବ କରିଥିଲେ । ମୁଖ୍ୟବକ୍ତା ଭାବେ ଆପନ୍ନା ପରିଛାଙ୍କ ପଣନାତି ମୁରଲୀ ଧର ପରିଛା ଯୋଗ ଦେଇ ଦେଶଭକ୍ତ ତଥା ନାଟ୍ୟକାର ଆପନ୍ନା ପରିଛାଙ୍କ କର୍ମମୟ ଜୀବନୀ ସମ୍ପର୍କରେ ଆଲୋଚନା କରିବା ସହ ଆମ ଦେଶ ଓ ରାଜ୍ୟର ସ୍ବାଧିନତା ସଂଗ୍ରାମୀ ମାନଙ୍କ ସହ ଦେଶଭକ୍ତ ନାଟ୍ୟକାର ପରିଛା , ମିଶି ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିବା କହିଥିଲେ । ଅନ୍ୟତମ ଅତିଥି ଭାବେ ପାଠାଗାରର ପରିଚାଳକ କୃଷ୍ଣଚନ୍ଦ୍ର ପ୍ରଧାନ ଏବଂ ବରିଷ୍ଠ ନାଗରିକ ସୁରେନ୍ଦ୍ର ସ୍ବାଇଁ ପ୍ରମୁଖ ଯୋଗ ଦେଇଥିବା ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
ଶେଷରେ କୁଇଜ ପ୍ରତିଯୋଗିତା କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା , ପିଲାମାନଙ୍କୁ ସଭାପତି ଶ୍ରୀ ପାଢି ପୁରସ୍କାର ବଣ୍ଟନ କରିଥିଲେ ।
ଏହି ସମସ୍ତ କାର‌୍ୟ୍ୟକ୍ରମକୁ ସ୍ଥାନୀୟ ସ୍ବେଛାସେବୀ ରାଜେନ୍ଦ୍ର ବାରିକ , ହେମ ପ୍ରଧାନ , ଦ୍ରୁପଦି ବାରିକ ମମତା ଆପଟ ପ୍ରମୁଖ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here