ପୁଣି ଲୁଟେରାଙ୍କ ଟାର୍ଗେଟରେ ମହିଳା

0
77

କୁକୁଡ଼ାଖଣ୍ଡି (ଓବି ନ୍ୟୁଜ)(ହିମାଂଶୁ ପାଢୀ): ପୁଣି ମାତିଲେ ଲୁଟେରା । ଏବେ ଗ୍ରାମାଞଳର ନିକଞନ ସ୍ଥାନ ପାଲଟିଛି ଲୁଟେରାକଂ ଆଡାସ୍ଥଳୀ।ପୁଣି ଟାଗେଟରେ ମହିଳା।ପୁଲିସ ପାଇଁ ପାଲଟୁଛନ୍ତି ମୁଣ୍ଡବଥାର କାରଣ।ଗୋଟିଏ ପଟେ ୭୩ତମ ସ୍ବାଧୀନତା ଦିବସ ପାଳନ ରେ ସମସ୍ତେ ମସଗୁଲ ଥାବା ବେଳେ କୁକୁଡାଖଣ୍ଡି ବ୍ଲକ ମହୁଡା ନରସିଂହପୁର ରାସ୍ତା ରୁ ଜଣେ ଶିଷୟତ୍ରୀକଂ ଠାରୁସୁନା ଲୁଟ କରିନେଇଛନ୍ତି ଲୁଟେରା।ଏ ନେଇ ଦିଗପହଣ୍ଡି ଥାନାରେ ଅଭିଯୋଗ କରିଛନ୍ତି ଲୁଟର ଶିକାର ହୋଇଥିବା ଶିଷୟତ୍ରୀ ଏଲ.ସୋଭନା ।ଶିଷୟତ୍ରୀ ଜଣକଂ ନିଜ ସ୍କୁଟି ଯୋଗେ ନରସିଂହପୁର ବିଦ୍ୟାଳୟକୁ ସକାଳ ୭ଟାରେ ଯାଉଥିବା ସମୟରେ ନରସିଂହପୁର ରାସ୍ତାରେେ ଜଣେ ଯୁବକ ପୂବରୁ ଉକ୍ତ ରାସ୍ତାରେ ବାଇକଧରି ଛିଡାହୋଇଥିଲେ ,ଶିଷୟତ୍ରୀକୁଂ ବାଇକ ଖରାପହୋଇଛି ଗ୍ରାମ ଭିତରକୁ ଯିବାକୁ କହି ଅଟକାଇ ଥିଲେ ଶିଷୟତ୍ରୀ ଜଣକଂ ନରହିବାରୁ ଯୁବକ ଜଣକଂ ଜୋର କରି ଶିଷୟତ୍ରୀ କୁଂ ଟଣାଓଟରା କରି ମାଡମାରି ମଗଂଳସୂତ୍ର ସହ କାନଫୁଲ ଲୁଟିନେଇଥିଲେ।ଶିଷୟତ୍ରୀ ଜଣକଂ ଏନେଇ ଗ୍ରାମବାସୀକୁଂ କହିବାପରେ ଦିଗପହଣ୍ଡି ପୁଲିସ କୁ ଖବରଦେଇଥିଲେ ଖବରପାଇ ପୁଲିସ ପହଞି ତଦନ୍ତ ଚଳାଇଥିଲେ ଏନେଇ ୧୪୯/୧୯ରେ ଏକ ମାମଲା ରୁଜୁହୋଇଛି ଏବଂ ଘଟଣାକୁ ଅନୁସନ୍ଧାନ କରାଯାଉଥିବା ଦିଗପହଣ୍ଡିଥାନା ଅଧିକାରୀ ଗୌରାଗଂଚନ୍ଦ୍ର ସାହୁ ସୂଚନାଦେଇଛନ୍ତି ।ମହୂଡା ଠାରୁ ଦିଗପହଣ୍ଡି ଥାନାର ଦୂରତା ୨୦କିମି ,ଲୁଟେରା ମାନେ ବହୁ ପ୍ଲାନିଂକରି ଲୁଟ କରିବାକୁ ସ୍ଥାନ ବାଛୁଛନ୍ତି ।ବ୍ରହ୍ମପୁର ରେ ୪ଟି ସ୍ଥାନରୁ ମହିଳାକଂ ନିକଟରୁ ନକଲି ପୋଲିସ ବେଶରେ ସୁନାଚେନ ଲୁଟିନେଇଥିଲେ କିନ୍ତୁ ଏପଯ୍ୟନ୍ତ ପୁଲିସର ହାତ ଖାଲିପଡିଛି।କୌଣସିବି ଲୁଟେରା ଗିରଫ ନହେବା ଯୋଗୁଁ ଲୁଟେରାମାନେ ପୁଲିସ କୁ ଖାତିର ନକରି ଗୋଟିଏ ପରେ ଗୋଟିଏ ଲୁଟ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here