ବିଜେଡ଼ି କାର୍ଯ୍ୟାଳୟରେ ତ୍ରିରଙ୍ଗା ପତାକା

0
28

ବ୍ରହ୍ମପୁର (ଓବି ନ୍ୟୁଜ): ଗତକାଲି ସ୍ୱାଧୀନତା ଦିବସ ପାଳନ ଅବସରରେ ବ୍ରହ୍ମପୁର ଠାରେ ଥିବା ଜିଲ୍ଲା ବିଜେଡ଼ି କାର୍ଯ୍ୟାଳୟରେ ମଧ୍ୟ ଉଡ଼ିଥିଲା ତ୍ରିରଙ୍ଗା ପତାକା । ଜିଲ୍ଲା ବିଜେଡ଼ି ସଭାପତି ତଥା ଗୋପାଳପୁର ବିଧାୟକ ଡ. ପ୍ରଦୀପ ପାଣିଗ୍ରାହୀଙ୍କ ସଂଯୋଜନାରେ ଆୟୋଜିତ ସ୍ୱାଧୀନତା ଦିବସ ପାଳନ ଉତ୍ସବରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ପୂର୍ବତନ ବିଧାୟକ ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ପୂର୍ବତନ ବିଡ଼ିଏ ଅଧ୍ୟକ୍ଷ ସୁବାସ ମହାରଣା, ପୂର୍ବତନ ମେୟର କେ. ମାଧବୀ, ପୂର୍ବତନ ଡେପୁଟି ମେୟର ଜ୍ୟୋତ୍ସ୍ନା ନାୟକ, ବିଜେଡ଼ି ନେତା ଦୁର୍ଗା ପଣ୍ଡା, ଟି. ପ୍ରେମାଞ୍ଜଳି, ଜଗନ୍ନାଥ ସାବତ, ସଞ୍ଜିତ ପାଣିଗ୍ରାହୀ, ପ୍ରମୋଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here