ଲକ ଡାଉନ ଯୋଗୁଁ ମନ୍ଦିର ମାନଙ୍କରେ ନୀତି କାନ୍ତି ବିଭ୍ରାଟ

ଆର୍ଥିକ ଅନାଟନ ଘେର ରେ ପୂଜାରୀ

0
111

ଖଲ୍ଲିକୋଟ (ଓବି ନ୍ୟୁଜ) ( ବିଭୁତି ଭୂଷଣ ତ୍ରିପାଠୀ ) : କରୋନା ସଂକ୍ରମଣ ଯୋଗୁଁ ରାଜ୍ୟ ତଥା ଜିଲ୍ଲା ରେ କ୍ଷୁଦ୍ର ବ୍ୟବସାୟୀ ଠୁ ଆରମ୍ଭ କରି ବିଭିର୍ନ ଧାର୍ମିକ ସ୍ଥଳ ଓ ମନ୍ଦିର ମାନଙ୍କ ପ୍ରତି ପ୍ରଶାସନ ର ଚରମ ଅବହେଳା ଫଳରେ ଗତ ୪ ମାସ ଧରି ଲକ ଡାଉନ ଓ ସଟଡାଉନ ଲାଗିରହିବା ଫଳରେ ଖଲ୍ଲିକୋଟ ସହର ରେ ଥିବା ମନ୍ଦିର ମାନଙ୍କରେ ଦୈନଦିନ ପୂଜା ନୀତି ରେ ଚରମ ବିଭ୍ରାଟ ଦେଖାଦେବା ଫଳରେ ଜନସାଧାରଣ ଙ୍କ ମହଲ ରେ ଚରମ ଅସନ୍ତୋଷ ଦେଖାଦେଇଛି । ଖଲ୍ଲିକୋଟ ସହର ରେ ଥିବା ମନ୍ଦିର ମାନଙ୍କର ଦୈନଦିନ ପୂଜା ନୀତି ଓ ଯାନିଯାତ୍ରା ପ୍ରଭୃତି ଶୃଙ୍ଖଳିତ ଭାବେ ସମ୍ପାଦନା କରିବା ପାଇଁ ଖଲ୍ଲିକୋଟ ର ରାଜା ବାହାଦୁର ମାନେ ହଜାର ହଜାର ମରଣ ମୂଲ୍ୟବାନ ଜମି ଯୋଗାଇଥିଲେ । ନିଁର୍ଧେସ ଥିଲା ଜମି ର ମହାସୁଲ ରୁ ବାବଦରେ ଆସୁଥିବା ଅର୍ଥ ରେ ମନ୍ଦିର ପରିଚାଳନା କରାଯିବ । ତେବେ ଏହି ସବୁ ଜମି ଗୁଡିକ କ୍ରମେ ଜମି ରଖିଥିବା ମାଲିକ ମାନେ ବାର୍ଷିକ ମହାସୁଲ ଦେବା ପରିବର୍ତେ ରାଜ୍ୟ ଆଇନ ର ପରିବର୍ତନ କୁ ଆଖି ଆଗରେ ରଖି ଏହି ଜମି ଗୁଡିକ ନିଜସ୍ୱ ସମ୍ପତି ରେ ପରିଣତ କରି ଆବଶ୍ୟକ ମହାସୁଲ ଦେଉନଥିବା ଅଭିଯୋଗ ହୋଇଛି । ଯାହା ଫଳରେ ଦୈନଦିନ ମନ୍ଦିର ପରିଚାଳନା ରେ ଗତ କିଛି ବର୍ଷ ହେଲା ବିଭ୍ରାଟ ଉପୁଜୁଛି । ଖଲ୍ଲିକୋଟ ମନ୍ଦିର ସମୂହ ଅଧୀନ ରେ ଶ୍ରୀ ଜଗନ୍ନାଥ ମନ୍ଦିର , ବାଲୁକେଶ୍ଵର ମନ୍ଦିର , ରାଧା କୃଷ୍ଣ ମନ୍ଦିର , ଅମରେଶ୍ବର ମନ୍ଦିର ନୃସିଂହ ମନ୍ଦିର , ମା ବ।ହୁତୀ ମନ୍ଦିର ଦଧିବାମନ ମନ୍ଦିର , ଯଜ୍ଞ ନାରାୟଣ ମନ୍ଦିର , ନିର୍ମଳଝର ମନ୍ଦିର ଗୁଡିକ ର ପରିଚାଳନା ପାଇଁ ଖଲ୍ଲିକୋଟ ବସ ସ୍ଟାନ୍ଡ ରେ ଜଗନ୍ନାଥ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରାଯାଇ ମାସ ଭିତରେ ପ୍ରାୟ ଏକ ଲକ୍ଷ ଟଙ୍କା ଭଡା ଆଦାୟ କରାଯାଇ ମନ୍ଦିର ଗୁଡିକ ର ଦୈନଦିନ କାର୍ଯ୍ୟକ୍ରମ କରାଯାଇଥାଏ। ତେବେ ଗତ ୪ ମାସ ହେଲା ଲକ ଡାଉନ ଯୋଗୁଁ ଅଧିକାଂଶ ବ୍ୟବସାୟ ପ୍ରତିଷ୍ଠାନ କରିବା ସହ ସେମାନେ ମାସିକ ଭଡା ପୈଠ କରିବା ରେ ଅସୁବିଧା ଉପୁଜିଛି । ଏଣେ ମନ୍ଦିର ମାନଙ୍କରେ ଗତ ୪ ମାସ ହେଲା ରଥଯାତ୍ରା ଠୁ ଆରମ୍ଭ କରି ବିଭିର୍ନ ଯାନିଯାତ୍ରା ବନ୍ଦ ହେବା ଓ ଅଧିକାଂଶ ସମୟ ମନ୍ଦିର ତାଲା ବନ୍ଦ ହୋଇ ରହିବା ଫଳରେ ଭକ୍ତ ମାନଙ୍କ ଗତ। ଗତ ସମ୍ପୂର୍ଣ ବନ୍ଦ ହୋଇଯାଇଥିଲା । ଫଳରେ ପୂଜାରୀ ମାନେ ଆର୍ଥିକ ଦୁରବସ୍ଥା ମଧ୍ୟରେ କାଳାତିପାତ କରୁଛନ୍ତି । ଏଣେ ମନ୍ଦିର ପ୍ରଶାସନ ଦୀର୍ଘ ୪ ମାସ ଧରି ମନ୍ଦିର ଗୁଡିକୁ ଚାଉଳ , ଡାଲି ଓ ପନିପରିବା ବାବଦ କୁ ଆବଶ୍ୟକ ଅର୍ଥ ଦେଇନଥିବା ଯୋଗୁଁ ସେମାନେ ବିଭିର୍ନ ତେଜରାତି ଦୋକାନ ରୁ ଧାର କରଜ ନେଇ ମନ୍ଦିର ଚଲେଇବା ପାଇଁ ବାଧ୍ୟ ହେଉଛନ୍ତି । ଏପରିକି କେତେକ ମନ୍ଦିର ରେ ପୂଜାରୀ ମାନେ ଶଙ୍କୁଡ଼ି ଭୋଗ କରିନପାରି ଫଟା ଲିୟା ରେ ମହାପ୍ରଭୁ ମାନଙ୍କୁ ପୂଜାର୍ଚନା କରି ନିତିପାଳନ କାମ ସାରିଦେଉଥିବା ଦେଖିବାକୁ ମିଳୁଛି । ଲକ ଡାଉନ ଯୋଗୁଁ ପୁରୀ ଜଗନ୍ନାଥ ମନ୍ଦିର ସେବକ ମାନଙ୍କୁ ମନ୍ଦିର ପ୍ରଶାସନ ତରଫ ରୁ ୫ ହଜାର ଟଙ୍କା ଲେଖାଏଁ ମଧ୍ୟବର୍ତ୍ତୀ କାଳୀନ ସହାୟତା ଯୋଗାଇଥିବା ବେଳେ ଖଲ୍ଲିକୋଟ ମନ୍ଦିର ପ୍ରଶଂସନ ର ୫୦ ଲକ୍ଷ ଟଙ୍କା ଗଛିତ ଥିଲେ ମଧ୍ୟ ମନ୍ଦିର ସେବକ ମାନଙ୍କୁ କୌଣସି ସହାୟତା ଦିଆଯାଇପାରିନି । ଅନ୍ୟପକ୍ଷ ରେ ମନ୍ଦିର ସେବକ ମାନଙ୍କର ଆର୍ଥିକ ଅବସ୍ଥା ଦିନକୁଦିନ ଅସମ୍ଭାଳ ହେଉଥିବା ବେଳେ ରାଜ୍ୟ ସରକାର ସେମାନଙ୍କ ପାଇଁ ସହାୟତା ର ହାତ ବଢାଇବା ପାଇଁ ଦାବି ହେଉଛି । ଏହି ସମ୍ପର୍କରେ ସ୍ଥାନୀୟ ତହସିଲଦାର ତଥା ମନ୍ଦିର ସମୂହ ର ନିର୍ବାହୀ ଅଧିକାରୀ ଚକ୍ରଧର ପାଢ଼ୀ ଙ୍କ ସହ ଯୋଗାଯୋଗ କରିବାରେ ଏନେଇ ମୋର ଦୃଷ୍ଟି ଆକର୍ଷଣ କରାଯାଏନାହିଁ । ତେବେ ଖୁବ ଶୀଘ୍ର ପୂଜାରୀ ମାନଙ୍କର ଆବଶ୍ୟକ ବକେୟା ପାଉଣା ପୈଠ କରାଯିବ ବୋଲି ପ୍ରକାଶ କରିଥିଲେ । ସେହିପରି ମନ୍ଦିର ସମୂହ ର ଟ୍ରଷ୍ଟି ସଭ୍ୟ ତଥା ବରିଷ୍ଠ ଆଇନଜୀବୀ ସୁଧାଂଶୁ ଶେଖର ସାହୁ ଙ୍କ ସହ ଯୋଗାଯୋଗ କରିବାରେ ମନ୍ଦିର ପୂଜାରୀ ମାନେ ସମସ୍ୟା ସମ୍ପର୍କରେ ଜଣାଇନାହାନ୍ତି । ଏଣେ ମାର୍କେଟ କମ୍ପ୍ଲେକ୍ସ ଘର ଭଡା ନେଇଥିବା ବ୍ୟବସାୟୀ ମାନେ ବର୍ଷ ବର୍ଷ ଧରି ଭଡା ନ ଦେବା ଫଳରେ ପ୍ରାୟ ୬ ଲକ୍ଷ ଟଙ୍କା ଅନାଦେୟ ପଡ଼ିରହିଛି । ତେଣୁ ମନ୍ଦିର ସମୂହ କମିଟି ର ସଦସ୍ୟ ମାନଙ୍କ ସହ ଆଲୋଚନା କରାଯାଇ ଠୋସ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଥିଲେ ।

LEAVE A REPLY

Please enter your comment!
Please enter your name here