ମେଡ଼ିକାଲ ପିଲା ଦେବେ ୨ କୋଟି ଟଙ୍କା

0
140

ଭୁବନେଶ୍ୱର (ଓବି ନ୍ୟୁଜ): ରାଜ୍ୟରେ ଡ଼ାକ୍ତରଙ୍କ ଅଭାବକୁ ଦୂରୀକରଣ କରିବା ପାଇଁ ରାଜ୍ୟ ସରକାର ପକ୍ଷରୁ ଆରମ୍ଭ ହୋଇଛି ଏହି ନୂଆ ପ୍ରୟାସ । ଏଥି ପାଇଁ ମେଡ଼ିକାଲ ଛାତ୍ରଛାତ୍ରୀଙ୍କ ବଣ୍ଡ ପଲିସିକୁ ବଦଳାଇ ଦେଇଛନ୍ତି ରାଜ୍ୟ ସରକାର ।
ନୂଆ ନୀୟମ ପ୍ରକାରେ ପିଜି ଓ ସୁପର ସ୍ପେଶାଲିଟି ଛାତ୍ରଛାତ୍ରୀ ସେମାନଙ୍କ ପାଠ ପରେ ଦୁଇ ବର୍ଷ ରାଜ୍ୟ ସରକାରଙ୍କ ଅଧିନରେ କାର୍ଯ୍ୟ କରିବେ । ଆଉ ଏହାକୁ ଉଲ୍ଲଘଂନ କଲେ ପିଜି ଛାତ୍ରଛାତ୍ରୀଙ୍କୁ ଦେଢ କୋଟି ଓ ସୁପର ସ୍ପେଶାଲିଟି ଛାତ୍ରଛାତ୍ରୀଙ୍କୁ ୨ କୋଟି ଟଙ୍କା ପୈଠ କରିବାକୁ ପଡ଼ିବ ରାଜ୍ୟ ସରକାରଙ୍କ ନିକଟରେ ଆଜି ଏମିତି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ । ତେବେ ସରକାରଙ୍କ ଏହି ନୂତନ ନୀୟମକୁ ମେଡ଼ିକାଲ ଛାତ୍ରଛାତ୍ରୀ ତଥା ସେମାନଙ୍କ ସଂଘ ବିରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here