ମୋହନା (ଓବି ନ୍ୟୁଜ)(ସୁବିତ କୁମାର ନାୟକ): ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଚାନ୍ଦିପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୭୩ତମ ସ୍ଵାଧୀନତା ଦିବସ ପାଳନ କରାଗଲା। ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀ ବୃନ୍ଦାବନ ଗୌଡ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି କାର୍ୟ୍ୟକ୍ରମରେ ଚାନ୍ଦିପୁଟ ସରପଞ୍ଚ ଶ୍ରୀ ଯୁରିୟା କାର୍ୟୀ , ସ୍କୁଲ କମିଟି ସଭାପତି ଓ ମେମ୍ବର, ପ୍ରଧାନ ଶିକ୍ଷକ ଶ୍ରୀ ବିଶ୍ଵନାଥ ସାହୁ, ଶିକ୍ଷକ ବଳରାମ ବଡ଼ ରଇତ, ଛବିନ୍ଦ୍ର ପଲେଇ, ଚନ୍ଦ୍ରକେତୁ ବିଜୁଳି , ସତ୍ୟବାଦୀ ନାୟକ, ଅଭାଲିନ୍ ପରିଡ଼ା, ମଧୁସ୍ମିତା ସ୍ୱାଇଁ, ଟୁନୀ ବେହେରା, ତାରାମଣି ସାବତ, ରାଜେନ୍ଦ୍ର ପାତ୍ର, କ୍ରିଷ୍ଣା କୁମାରୀ ନାୟକ ସମେତ ଗ୍ରାମର ଭଦ୍ର ବ୍ୟକ୍ତି ମଧ୍ୟ ଉପସ୍ଥିତ ଥିଲେ। ଛାତ୍ର ଛାତ୍ରୀ ମହାତ୍ମା ଗାନ୍ଧୀ ବେଶରେ, ଭାରତ ମାତା ବେଶରେ ଓ ଯୋକର ବେଶରେ ବିଦ୍ୟାଳୟ ଠାରୁ ସଭା ଯାତ୍ରା କରି ସାହି ପରିକ୍ରମା କରିଥିଲେ।