ଜି.ଉଦୟଗିରି (ଓବି ନ୍ୟୁଜ)(ପ୍ରତାପ ଚନ୍ଦ୍ର ପାଢୀ): ୭୩ତମ ସ୍ଵାଧୀନତା ଦିବସ ଅବସରରେ ସ୍ଥାନୀୟ ହାଵାକ୍ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ଅତିରିକ୍ତ ଉପ ଜିଲ୍ଲାପାଳ ଶ୍ରୀ ଶାନ୍ତନୁ କୁମାର ନାୟକ ଙ୍କ ଦ୍ଵାରା ଜାତୀୟ ପତାକା ଉତ୍ତୋଳନ ହୋଇଯାଇଛି। ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ରାମଧୁନ ପରିବେଷଣ କରାଯାଇଥିଲା। ସକାଳ ୦୭.୧୫ ମିନିଟ ସମୟରେ ଆନୁଷ୍ଠାନିକ ଭାବେ ସହରର ସମସ୍ତ ସରକାରୀ ଓ ବେସରକାରୀ କାର୍ୟ୍ୟାଳୟ ଏବଂ ଅନୁଷ୍ଠାନ ମାନଙ୍କରେ ପତାକା ଉତ୍ତୋଳନ କରାଯାଇଥିଲା। ଘ୦୭.୩୦ ମିନିଟ ସମୟରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ନିଜ ନିଜ ଅନୁଷ୍ଠାନ ରୁ ବାହାରି ସହର ପରିକ୍ରମା କରିଥିଲେ। ନିର୍ଦ୍ଧାରିତ ପଡ଼ିଆରେ ରେ ଷଷ୍ଠ ରୁ ଦଶମ ଓ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ସହ ସମର୍ ଶିକ୍ଷାର୍ଥୀ ବାହିନୀ, ସ୍କାଉତ୍, ରେଡକ୍ରସ୍,ଯେ.ଆର୍.ସି ଆଦି ଦଳ ପ୍ୟାରେଡ୍ ରେ ଅଂଶ ଗ୍ରହଣ କରିଥିଲେ।
ବିଚାରକ ସ୍ଥାନୀୟ ଏସ.ଡି.ପି.ଓ ଶ୍ରୀ ଜୟକୃଷ୍ଣ ବେହେରା,ଅଗ୍ନିଶମ ସେବା ଅଧିକାରୀ ଶ୍ରୀ ଭଵେନ୍ଦ୍ର ନାଥ ଦେ,ଅବସର ପ୍ରାପ୍ତ ବି.ଏସ.ଏଫ କର୍ମଚାରୀ ଶ୍ରୀ କିଶୋର ଚନ୍ଦ୍ର ନାୟକ ଙ୍କ ଦ୍ଵାରା ସିନିୟର୍ ଗ୍ରୁପ ରୁ କଳିଙ୍ଗ ମହାବିଦ୍ୟାଳୟ ର ଏନ.ସି.ସି ଗ୍ରୁପ୍ କୁ ପ୍ରଥମ ପୁରସ୍କାର ଓ ହାବାକ ଉଚ୍ଚ ବିଦ୍ୟାଳୟ ର ଏନ.ସି.ସି ଗ୍ରୁପ୍ କୁ ଦ୍ଵିତୀୟ ପୁରସ୍କାର ଦିଆଯାଇ ଥିବା ବେଳେ ଜୁନିୟର ଦଳରୁ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଜି.ଉଦୟଗିରି ଗ୍ରୁପ୍ କୁ ପ୍ରଥମ ପୁରସ୍କାର ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଜି.ଉଦୟଗିରି କୁ ଦ୍ଵିତୀୟ ପୁରସ୍କାର ଦିଆଯାଇଥିଲା। ପରେ ପୂର୍ବରୁ ହୋଇଥିବା ଚିତ୍ରାଙ୍କନ, ପ୍ରବନ୍ଧ ଓ ବକୃକ୍ତା ପ୍ରତିଯୋଗିତାରେ କୃତି ପିଲା ମାନଙ୍କୁ ପୁରସ୍କୃତ କରାଯାଇ କାର୍ୟ୍ୟକ୍ରମ ଶେଷ କରାଯାଇଥିଲା।
ସ୍ଵାଧୀନତା ଦିବସ ଅବସରରେ ଅତିଥିମାନଙ୍କ ଉପସ୍ଥିତିରେ ସ୍ଥାନୀୟ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରର ରୋଗୀ ଓ ଉପ କାରାଗାର ରେ ଥିବା ଅନ୍ତେବାସୀ ଙ୍କୁ ଫଳ, ପାଉଁରୁଟି ଓ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା।ଉକ୍ତ କାର୍ୟ୍ୟକ୍ରମ ରେ ସୂଚନା ଓ ଲୋକସଂପର୍କ ବିଭାଗର ଅଧିକାରୀ ଶ୍ରୀ ସୁଦର୍ଶନ ବେହେରା ଓ ଶ୍ରୀ ଜ୍ଞାନରଞ୍ଜନ କର ସହଯୋଗ କରିଥିଲେ।