ସ୍କୁଲରେ ଉଡ଼ିଲାନି ପତାକା

0
182

ଗୁମ୍ମା (ଓବି ନ୍ୟୁଜ)(ପ୍ରବୀଣ କୁମାର ଲିମା): ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଗାଇବା ପ୍ରାଥମିକ ବିଦ୍ୟାଳୟରେ ସ୍ୱାଧୀନତା ଦିବସ ପାଳନ ହୋଇପାରିଲା ନାହିଁ । ୧୦୦ ବର୍ଷର ପୁରୁଣ ବିଦ୍ୟାଳୟରେ ପ୍ରତିବର୍ଷ ସ୍ୱାଧୀନତା ଦିବସ ଓ ସାଧାରଣତନ୍ତ୍ର ଦିବସ ପାଳନ ହେବା ସହ ତ୍ରିରଙ୍ଗା ପତାକା ଉତୋଳନ କରାଯାଉଥିଲା । ତେବେ ଚଳିତ ସ୍ୱାଧୀନତା ଦିବସ ଅବସରରେ ନାଁ ସ୍କୁଲ ଫାଟକ ଖୋଲାଯାଇଛି ନାଁ ସେଠି ଉଡ଼ିଥିଲା ତ୍ରିରଙ୍ଗା ପତାକା । ଏଥି ପାଇଁ ଅବିଭାବକ ଓ ଗ୍ରାମବାସୀଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । କେଉଁ ପରିସ୍ଥିତିରେ ଏଠି ସ୍ୱାଧୀନତା ଦିବସ ପାଳନ ହେଲା ନାହିଁ ତାହାର ତଦନ୍ତ କରିବା ପାଇଁ ଦାବି ମଧ୍ୟ ହୋଇଛି ।

LEAVE A REPLY

Please enter your comment!
Please enter your name here