ଗଞ୍ଜାମ ଜିଲ୍ଲା ପରିଷଦ ବୈଠକ

0
161

ଛତ୍ରପୁର (ଓବି ନ୍ୟୁଜ)(ପ୍ରଶାନ୍ତ ମହାରଣା):ଗଂଜାମ ଜ଼ୀଲ୍ଲା ପରିଷଦ ର ଷଷ୍ଠ ସାଧାରଣ ଅଧିବେଶନ ଜ଼ୀଲ୍ଲାପରିଷଦ ଭବନ ର ଋଷିକୁଲ୍ୟା ସମ୍ମିଳନୀ କକ୍ଷରେ ଗଂଜାମ ଜ଼ୀଲ୍ଲା ପରିଷଦ ଅଧ୍ୟକ୍ଷା ସୋନମ ପଲାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଯୋଗଦେଇ ନବ ନିର୍ବାଚିତ ସାଂସଦ ଓ ବିଧାୟକ ଏବଂ ଜ଼ୀଲ୍ଲା ପରିଷଦ ଅଧ୍ୟକ୍ଷା ଙ୍କୁ ଅଭିନନ୍ଦନ ଜଣାଇଥିଲେ । ଏହା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ମୁଳମନ୍ତ୍ର ୫ଟି ଉପରେ କଯ୍ୟକାରୀ କରିବାକୁ କହିଥିଲେ।ମୁଖ୍ୟମନ୍ତ୍ରୀ ପଞ୍ଜମ ଥର ନିର୍ବାଚନ ହୋଇଥିବା ରୁ ସେ ଆହୁରି ଲୋକମାନଙ୍କ ବିଭିନ୍ନ ସେବା ଯୋଗାଇ ଦେବା ପାଇଁ ଅହରହ ଉଦ୍ୟମ କରୁଛନ୍ତି। ଏହା ସହ ୫ଟି ସୂଚୀ ମାଧ୍ୟମରେ ବିଭିନ୍ନ କଯ୍ୟକ୍ରମ କରୁଛନ୍ତି। ଗଞ୍ଜାମ ଜିଲ୍ଲା ହେଉଛି । ରାଜ୍ୟର ବଡ଼ ଜ଼ୀଲ୍ଲୀ ଏହି ଜ଼ୀଲ୍ଲା ର ଉନ୍ନତି ପାଇଁ ରାଜ୍ୟ ସରକାର ସବୁବେଳେ କଯ୍ୟକାରୀ ଆସୁଛନ୍ତି। ଜ଼ୀଲ୍ଲା ର ବିକାଶ ହୋଇଛି। ଜ଼ୀଲ୍ଲା ର ବିକାଶ ନିମନ୍ତେ ଆସ ଆମେ ମୁଖ୍ୟମନ୍ତ୍ରୀ ଙ୍କ ମୂଳମନ୍ତ୍ର ୫ଟି ନିଷ୍ଠା ର ସହିତ ଗଞ୍ଜାମ ଜିଲ୍ଲାରେ କାଯ୍ୟ କରିବା ପାଇଁ ଶପଥ ନେବା ।ଏହା ରାଜ୍ୟରେ ମୁଖ୍ୟମନ୍ତ୍ରୀ କଯ୍ୟକାରୀ କରିଥିବାରୁ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଦେଇଥିଲେ ମନ୍ତ୍ରୀ ଶ୍ରୀ ଆରୁଖ । ଏନେଇ ଗୃହ ରେ ଏକ ପ୍ରସ୍ତାବ ଗୃହୀତ ହୋଇ ୫ଟି କୁ କଯ୍ୟକାରୀ କରିବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ସମସ୍ତ ସଦସ୍ୟ ଧନ୍ୟବାଦ ଦେଇଥିଲେ ।
ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ପ୍ରାରମ୍ଭ ରେ ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ସମସ୍ତେ ସମନ୍ୱୟ ରଖୀ କାଯ୍ୟ କରିଲେ ଜ଼ୀଲ୍ଲା ର ଉନ୍ନତି ହୋଇପାରିବ । ଗଞ୍ଜାମ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ସମସ୍ତଙ୍କୁ ଧନ୍ୟବାଦ ଦେବାସହ ମୁଖ୍ୟମନ୍ତ୍ରୀ ଙ୍କ ୫ଟି ମାଧ୍ୟମରେ କଯ୍ୟକାରୀ କରିବା ପାଇଁ ଗୃହରେ କହିଥିଲେ। ଡ଼ିଆରଡିଏ ଏପିଡ଼ି ରବି ନାରାୟଣ ତ୍ରିପ୍ରାଠି ଗତ ବୈଠକର ବିବରଣୀ ପାଠ କରିଥିଲେ।
ଏହି ବୈଠକରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ଆସିକା ସାଂସଦ ପ୍ରମିଳା ବିଷୋୟୀ,ଗୋପାଳପୁର ବିଧାୟକ ଡ଼ଃ. ପ୍ରଦୀପ କୁମାର ପାଣିଗ୍ରାହୀ,ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା,ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା,ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା,କବିସୁଯ୍ୟ ନଗର ବିଧାୟିକା ଲତିକା ପ୍ରଧାନ, ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ, ଖଲ୍ଲିକୋଟବିଧାୟିକା ସୁଯ୍ୟମଣି ବୈଦ୍ୟ, ଚିକିଟି ବିଧାୟିକାଙ୍କ ପ୍ରତିନିଧି ବି.କୃଷ୍ଣ ମୂର୍ତ୍ତି, ଡ଼ିଆରଡ଼ିଏ ପିଡ଼ି ଇଂ. ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ପ୍ରବେଶନାରୀ ଆଇ ଏ ଏସ ଅଫିସର କିତ୍ରି ଭସନ ଭି , ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସ୍ନେହଲତା ପଣ୍ଡାଙ୍କ ସମେତ ସମସ୍ତ ଜ଼ୀଲା ପରିଷଦ ସଦସ୍ୟ/ସଦସ୍ୟା ଏବଂ ବ୍ଲକ ଅଧ୍ୟକ୍ଷ/ଅଧ୍ୟକ୍ଷା ଓ ବିଭିନ୍ନ ଲାଇନ ଡ଼ିପାଟ ମେଣ୍ଟ ର ଅଧିକାରୀ ମାନେ ଉପସ୍ଥିତ ଥିଲେ।
ଗୃହରେ ଜ଼ୀଲ୍ଲା ପରିଷଦ ସଦସ୍ୟ ଏସ. କିଶୋର ରେଡ୍ଡୀ କହିଥିଲେ ଯେ ଛତ୍ରପୁର ବ୍ଲକ ଅନ୍ତଗର୍ତ କରା ତଳି ତାମ୍ପରା ରେ ବେଆଇନ ଭାବେ ଦଲାଲ ମାନଙ୍କ ଦ୍ୱାରା ମାଛ ଚାଷ କରୁଛନ୍ତି ଏବଂ ଜୟ ମଙ୍ଗଳ କେନାଲ ପୁତି ହୋଇ ଯାଇଛି ।ତାହାର ପୁନଃରୁଧାର କରିବାକୁ ଜ଼ୀଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଜ଼ୀଲ୍ଲାପାଳ ବିଭାଗ ଅଧିକାରୀ ଙ୍କୁ କରାତଳି ତାମ୍ପରା ସମ୍ପର୍କ ରେ ତଥ୍ୟ ଦେବା ନିମନ୍ତେ କହିଥିଲେ।

LEAVE A REPLY

Please enter your comment!
Please enter your name here