ଦେବସ୍ନାନ ପୂର୍ଣ୍ଣମାରେ ଶ୍ରୀ ଜଗନ୍ନାଥଙ୍କ ଗଜାନନ ବେଶ

0
259

ଛତ୍ରପୁର, (ଓବି ନ୍ୟୁଜ)(ପ୍ରଶାନ୍ତ କୁମାର ମହାରଣା) : ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଛତ୍ରପୁରର ସହରର ତାଡେପଲ୍ଲୀସ୍ଥିତ ଶ୍ରୀଶ୍ରୀ ଜଗନ୍ନାଥ ମନ୍ଦିର, ମେଦିରସାହିସ୍ଥିତ ଦାଶିରି ଜଗନ୍ନାଥ ମନ୍ଦିର ଓ ବଡରେଡିକାସାହିରେ ଥିବା ଜଗନ୍ନାଥ ମନ୍ଦିର ସମେତ ଛତ୍ରପୁର ବ୍ଲକ ଆଖପାଖ ଅଂଚଳରେ ଥିବା ସମସ୍ତ ଜଗନ୍ନାଥ ମନ୍ଦିର ଗୁଡିକରେ ପରମ୍ପରା ଓ ରୀତିନୀତି ଅନୁଯାୟୀ ଠାକୁରଙ୍କ ମହାସ୍ନାନ ଅନୁଷ୍ଠିତ ହୋଇଥିଲ।। । ଠାକୁରଙ୍କ ଦର୍ଶନ ସକାଶେ ବହୁ ସଂଖ୍ୟରେ ଶ୍ରଦ୍ଧାଳୁ ରୁଣ୍ଡ ହୋଇଥିଲେ । ସକାଳେ ମଙ୍ଗଳ ଆଳତୀ ପରେ ଠାକୁରଙ୍କୁ ଗୋଟି ପହଣ୍ଡିରେ ସ୍ନାନ ମଣ୍ଡପ ଅଣାଯାଇଥିଲ।। ଏହାପରେ ଠାକୁରଙ୍କୁ ପଇଡ, ପାଣି, ଗଙ୍ଗାଜଳ ଓ ପାଞ୍ଚାମୃତରେ ସ୍ନାନ କରାଯିବାପରେ ସୁବାସିତ ଜଳରେ ପୁନଃ ସ୍ନାନ କରାଯାଇଥିଲ।। ପରେ ଠାକୁରଙ୍କୁ ଗଜାନନ ବେଶ କରାଯାଇଥିଲ।। ତାପରେ ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ଅବକାଶ ନୀତି ଏବଂ ସାହାଣମେଳା କରାଯିବା ପରେ ଶ୍ରଦ୍ଧାଳୁମାନେ ଠାକୁର ଦର୍ଶନ କରିବା ସହ ପୂର୍ଜାର୍ଚ୍ଚନା କରିଥିଲେ । ଶ୍ରଦ୍ଧାଳୁ ମାନଙ୍କ ହୁଳହୁଳି ଓ ହରିବୋଲ ଧ୍ୱନୀରେ ଦର୍ଶନସ୍ଥଳ ପ୍ରକମ୍ପିତ ହୋଇଉଠିଥିଲ।। ଏହି ସମସ୍ତ କାର୍ଯ୍ୟକ୍ରମକୁ ମନ୍ଦିର ପରିଚାଳନା କମିଟିର ଦାଶରଥୀ ନେପାକ, ଜଗବନ୍ଧୁ ପାଣିଗ୍ରାହୀ,ଆଦିକନ୍ଦ ପାଣିଗ୍ରାହୀ,ପୂଜକ ରାଜୁ ଶତପଥୀ,ଏନ ଜଗଦୀଶ ରାଓ, ଭାଗବତ ପ୍ରସାଦ ମହାପାତ୍ର, ଭୁବନେଶ୍ୱର ପାତ୍ର,ମନୋରଞ୍ଜନ ରାଓ, ସୁଧୀର କାନ୍ତ ରଥ,କୃଷ୍ଣ ଚନ୍ଦ୍ର ସାହୁ,ମନୁ ଦାଶ,ସନ୍ତୋଷ କୁମାର ସାହୁ ପ୍ରମୁଖ ପରିଚାଳନା ରେ ସାହାର୍ଯ୍ୟ କରିଥିଲେ ।

LEAVE A REPLY

Please enter your comment!
Please enter your name here