ଦିବସୀୟ ରାପିଡ୍ ଭଲିବଲ ଟୁର୍ଣ୍ଣାମେଣ୍ଟ ନୀଳକଣ୍ଠେଶ୍ଵର (ଗୁମ୍ମା) ବିଜେତା

0
26

ବେଗୁନିଆପଡ଼ା (ଓବି ନ୍ୟୁଜ ): ସ୍ଵାଧୀନତା ଦିବସ ପାଳନ ଏବଂ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ଅବସରରେ ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ କେ. ବରିଡ଼ା ସ୍କୁଲ ପଡିଆରେ ସ୍ଥାନୀୟ ଶ୍ରୀ ଅମରେଶ୍ୱର ଭଲିବଲ ଟିମ୍ ପକ୍ଷରୁ ଅୟୋଜିତ ଏକ ଦିବସୀୟ ରାପିଡ୍ ଭଲିବଲ ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚରେ ମୋନାର୍କ ଟିମ୍ କୁ ହରାଇ ନୀଳକଣ୍ଠେଶ୍ଵର ଟିମ୍ ବିଜୟ ଲାଭ କରି ଚାମ୍ପିଅନ୍ ଟ୍ରଫି ହାସଲ କରିଛି l ଆଜିର ଟୁର୍ଣ୍ଣାମେଣ୍ଟରେ 6 ଟି ଦଳ ଅଂଶଗ୍ରହଣ କରିଥିଲେ l ପ୍ରଥମ ସେଟ ମ୍ୟାଚରେ ଭାବିନାରାୟଣପୁର କୁ ହରାଇ ନୀଳକଣ୍ଠେଶ୍ଵର ଦଳ ବିଜୟ ଲାଭ କରିଥିଲା l ୨ୟ ସେଟ ମ୍ୟାଚ୍ ରେ ରୟାଲ୍ ଟିମ୍ ଜୟ ଜଗନ୍ନାଥ ଦଳକୁ ହରାଇ ବିଜୟ ଲାଭ କରିଥିଲା l 3 ୟ ସେଟରେ କେ ବରିଡ଼ା ଦଳକୁ ହରାଇ ମୋନାର୍କ ଦଳ ବିଜୟ ଲାଭ କରିବା ପରେ ଦୁଇଟି ସେମି ଫାଇନାଲ ମ୍ୟାଚ ପରେ ଫାଇନାଲ ମ୍ୟାଚରେ ନୀଳକଣ୍ଠେଶ୍ଵର ଦଳ (ଗୁମ୍ମା) ମୋନାର୍କ ଦଳକୁ ହରାଇ ବିଜେତା ଘୋଷିତ ହୋଇଥିଲା l ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ଭାବେ ସାମାଜସେବୀ ସୁନୀଲ କୁମାର ରଥ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ କେ ବରିଡ଼ା ସରପଞ୍ଚ ଚିତ୍ରସେନ ନାୟକ, ପୂର୍ବତନ ସରପଞ୍ଚ ପ୍ରତିନିଧି ପ୍ରଶାନ୍ତ କୁମାର ପାତ୍ର, କେ ବରିଡ଼ା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁରଜିତ୍ ବିଶୋଇ, ସୁଧୀର କୁମାର ରଥ, ନ୍ୟୁଜ ୱlର୍ଲ୍ଡ ଓଡିଶାର ଗଞ୍ଜlମ୍ ଜିଲ୍ଲା ପ୍ରତିନିଧି ଦେବହରି ବେହେରା ପ୍ରମୁଖ ଉପସ୍ଥିତ ରହି ବିଜେତା ଓ ଉପ ବିଜେତା ଦଳ କୁ ପୁରସ୍କୃତ କରିଥିଲେ l ଆଜିର ମ୍ୟାଚ ଗୁଡିକୁ ପ୍ରଶାନ୍ତ କୁମାର ପାତ୍ର ଓ ସନ୍ତୋଷ କୁମାର ପଟ୍ଟନାୟକ ପରିଚାଳନା କରିଥିବା ବେଳେ ଘରୋଇ ଅମରେଶ୍ଵର ଦଳର ସମସ୍ତ ଖେଳାଳୀ ସହଯୋଗ କରିଥିଲେ l

LEAVE A REPLY

Please enter your comment!
Please enter your name here