ଜି.ଉଦୟଗିରି (ଓବି ନ୍ୟୁଜ):କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ଗୋଷ୍ଟି ସ୍ବାସ୍ଥ୍ୟକେନ୍ଦ୍ର ରୁ ଶବ ପଠାଇବା ପାଇଁ ଦାୟିତ୍ୱରେ ଥିବା କର୍ତ୍ତୁପକ୍ଷଙ୍କ ଦାୟିତ୍ଵ ହୀନତା ଯୋଗୁଁ ପାଖାପାଖି 3 ଘଣ୍ଟା ଗୋଟିଏ ଶବ ଅଟକିଥିଲା।ବିବରଣୀରୁ ପ୍ରକାଶ ଯେ ଜି.ଉଦୟଗିରି ବ୍ଲକ ଅନ୍ତର୍ଗତ କତିଙ୍ଗିଆ ପଞ୍ଚାୟତ ନେଡିନାଯୁ ଗ୍ରାମର ସେପତି ପ୍ରଧାନ ( 65 ବର୍ଷ )ଙ୍କୁ ଝାଡ଼ାବାନ୍ତି ହେବାରୁ ଜି.ଉଦୟଗିରି ମେଡିକାଲ୍ ଆଣିଥିଲେ।ସେତେବେଳେ ଦାୟିତ୍ୱରେ ଥିବା ଡ଼ାକ୍ତର ତାଙ୍କୁ ସାଲାଇନ ଓ ମେଡ଼ିସିନ୍ ଦେଇଥିଲେ ସୁଦ୍ଧା ଅବସ୍ଥାରେ କିଛି ଉନ୍ନତି ହୋଇନଥିଲା। ସକାଳ ପ୍ରାୟ ଘ 09.40ମିନିଟ ରେ ଅନ୍ୟ ଜଣେ ଡ଼ାକ୍ତର ରୋଗୀଙ୍କୁ ଦେଖି ମୃତ୍ୟୁ ବରଣ କରିଥିବା ଓ ଶବ ପଠାଇବା ଦାୟିତ୍ୱରେ ଥିବା କର୍ତ୍ତୁପକ୍ଷଙ୍କୁ ଜଣାଇ ଦେଇ ଅନ୍ୟ ରୋଗୀଙ୍କୁ ଦେଖିବାକୁ ଚାଲି ଯାଇଥିଲେ। କିନ୍ତୁ ଦାୟିତ୍ୱରେ ଥିବା ଅଧିକାରୀ ଶବ ପଠାଇବା ବ୍ୟବସ୍ଥା ଡେରି କରିବାରୁ ମୃତକଙ୍କ ପରିବାର ଲୋକେ 12 ଘଟିକା ବେଳେ ମୋଟର ସାଇକେଲ ଯୋଗେ ଶବକୁ ନେଇ ଯାଉଥିବାବେଳେ ମେଡିକାଲ୍ କର୍ମଚାରୀ ଶବକୁ ଅଟକାଇଥିବା ବେଳେ ସେହି ଗ୍ରାମର ଲୋକମାନେ ବିରକ୍ତ ଭାବ ପ୍ରକାଶକରି ପାଟିତୁଣ୍ଡ କରିଥିଲେ। ପରେ ସ୍ଥାନୀୟ ପୋଲିସ୍ ଆସି ବୁଝାସୁଝା କରି ଶବ କୁ ମେଡିକାଲ୍ ଆମ୍ବୁଲାନ୍ସ ଯୋଗେ ସେମାନଙ୍କ ଗ୍ରାମକୁ ପଠାଇ ଦେଇଥିଲେ। ହେଲେ ପ୍ରଶ୍ନ ଉଠୁଛି ଯେ ଜି.ଉଦୟଗିରିରେ ମହାପ୍ରୟାଣ ଗାଡ଼ି ଥାଇ ମଧ୍ୟ କାମରେ ନ ଲାଗିବା କାରଣ କଣ ଓ ଏଇଥି ପାଇଁ ଦାୟୀ କିଏ ?
Gone through news and impressed.