ହିଞ୍ଜିଳିକାଟୁ (ଓବି ନ୍ୟୁଜ୍) (ପବିତ୍ର କୁମାର ପାତ୍ର) ; ଏମିତି ବି ମୃତ୍ୟୁ ଆସେ କେହି ଭାବି ନଥିବ ହିଂଜିଳିକାଟୁ ପୌରାଂଚଳ ମୋହୋନ କଲୋନୀର ଅରୁଣ ମହାନ୍ତିଙ୍କ ନାବାଳିକା କନ୍ୟା ଅର୍ପିତା ମହାନ୍ତି (୧୦) ଘରେ ଦୋଳି ଖେଳୁଥିବା ସମୟ ରେ ରଶିରେ ଛନ୍ଦି ହୋଇ ଜୈନିକା ନାବାଳିକାଙ୍କ ମୃତ୍ୟୁ ଘଟିଛି । ଏଭଳି ଏକ ଦୁଃଖଦ ଘଟଣା ଶନିବାର ଅପରାହ୍ନରେ ହିଂଜିଳିକାଟୁ ଅଂଚଳରେ ଶୋକ ଛାୟା ଖେଳଯାଇଛି ରଜପର୍ବ ପର ଠାରୁ ନାବାଳିକା ଜଣକ ପ୍ରତ୍ୟେହ ରଶି ସହାୟତାରେ ଘରେ ବନ୍ଧା ହୋଇଥିବା ଦୋଳି ଖେଳି ଆସୁଥିଲେ । ହେଲେ ଶନିବାର ଦୋଳି ଖେଳିବା ନାବାଳିକାଙ୍କ ପ୍ରତି ସତେ ଯେପରି କାଳ ଅପେକ୍ଷା କରିଥିଲା। ନାବାଳିକା ଜଣକ ଦୋଳି ଖୋଳଥିବା ସମୟରେ ହଠାତ୍ ଦୋଳିର ରଶି ଛିଡ଼ି ଯିବାରୁ ଛିଡ଼ା ରଶିଟି ନାବାଳିକାଙ୍କ ବେକରେ ଗୁଡ଼ାଇ ହୋଇପଡ଼ିବା ସହ ନାବାଳିକା ଜଣକ ରଶିରେ ଝୁଲି ରହିଥିଲେ । ପରିବାର ସଦସ୍ୟ ଘଟଣା ଦେଖି ନାବାଳିକାଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ହିଂଜିଳିକାଟୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । ସେଠାରେ ଡ଼ାକ୍ତର ନାବାଳିକାଙ୍କୁ ମୃତ ଘୋଷଣା କରିଥିବା ସୂଚନା ମିଳିଛି ।