ଶ୍ୱଶୁର ଘରୁ ଜ୍ୱାଇଁର ମୃତ ଦେହ ଉଦ୍ଧାର

0
120

ଜି.ଉଦୟଗିରି(ଓବି ନ୍ୟୁଜ): କନ୍ଧମାଳ ଜିଲ୍ଲା ଖଜୁରିପଡ଼ା ଅଂଚଳର ଉଦୟନାଥ ସାହୁ(୪୫) ସ୍ତ୍ରୀ ଏବଂ ଦୁଇ ଝିଅଙ୍କ ସହିତ ଜି.ଉଦୟଗିରି ଥାନା ଗ୍ରେସିଙ୍ଗିଆ ପଂଚାୟତର ଗଡ଼ାବିଶାରେ ଶ୍ୱଶୁର ଘରେ କିଛି ଦିନ ହେଲା ରହୁଥିଲେ । ସକାଳୁ ସ୍ତ୍ରୀ ସଂଯୁକ୍ତା ସାହୁ ଘର ଓରାରେ ଏକ ଲୁଙ୍ଗି ଦ୍ୱାରା ଉଦୟଙ୍କ ମରଶରୀର ଝୁଲି ରହିଥିବା ଦେଖିବାକୁ ପାଇ ଜି.ଉଦୟଗିରି ପୁଲିସକୁ ଖବର ଦେଇଥିଲେ । ଜି.ଉଦୟଗିରି ପୁଲିସ ଘଟଣାସ୍ଥଳରେ ପହଂଚି ଶବ ଉଦ୍ଧାର କରିବା ସହିତ ୟୁଡି କେସ୍ ନଂ ୧୦/୨୦୧୯ ଅନୁଯାୟୀ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇଛି ବୋଲି ଥାନାଧିକାରୀ ରଂଜିତ କୁମାର ମୁନି କହିଛନ୍ତି । ଏ ନେଇ ପୁଲିସ ଏଏସଆଇ ସୁବାସ ଚନ୍ଦ୍ର ପ୍ରଧାନଙ୍କୁ ଏହାର ତଦନ୍ତ ଦାୟିତ୍ୱ ଦିଆଯାଇଛି ବୋଲି ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here