ବେଗୁନିଆପଡ଼ା (ଓବି ନ୍ୟୁଜ):ବେଗୁନିଆପଡ଼ା ବ୍ଳକ ଛକ ଓ କେ. ବରିଡ଼ା ମଧ୍ୟରେ ଥିବା ପଟାଝରି ଶଙ୍ଖ ନିକଟରେ ଆଜି ବାଇକ୍ ଦୁର୍ଘଟଣାରେ ଦୁଇ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ପ୍ରାପ୍ତ ସୂଚନା ଅନୁଯାୟୀ ଜନତା ବିଜ୍ଞାନ ମହା ବିଦ୍ୟାଳୟର ଅଧ୍ୟାପକ ତଥା ବୀର ଜଗନ୍ନାଥପୁର୍ ଗ୍ରାମର ସତ୍ୟ ନାରାୟଣ ଶତପଥୀ ବାଇକ ଯୋଗେ ଗ୍ରାମକୁ ଫେରୁଥିବା ବେଳେ ବେଗୁନିଆପଡ଼ା ରୁ ଏମ. ବରିଡ଼ା ଗ୍ରାମର ସନ୍ତୋଷ ପରିଡା ଆସୁଥିବା ବେଳେ ଏହି ସଙ୍ଖ ନିକଟରେ ଧକ୍କା ହୋଇଥିଲା । ଫଳରେ ଉଭୟ ଗୁରୁତର ଭାବେ ଆହତ ହୋଇଥିଲେ । ଉଭୟଙ୍କୁ ମେଡିକାଲ ସ୍ଥାନାନ୍ତରିତ କରାଯାଇଥିଲା । ଘଟଣା ସ୍ଥଳରେ ବେଗୁନିଆପଡ଼ା ପୁଲିସ ପହଂଚି ବାଇକ ଦୁଇଟିକୁ ଜବତ କରିଛି ।