ବର୍ଷା ଛାଡ଼ିଲା: ଚାଷୀ ବିଲମୁହାଁ

0
81

ପାରଳାଖେମୁଣ୍ଡି (ଓବି ନ୍ୟୁଜ) (ଗଣେଶ କୁମାର ରାଜୁ):ସମଗ୍ର ଗଜପତି ଜିଲ୍ଲାରେ ଗତ ୮ ଦିନ ତଳେ ଭଲ ଟିକିଏ ଲଗାଣ ବର୍ଷା ହେବା ଫଳରେ ଚାଷୀକୂଳ ବିଲ ମୁହାଁ ହେବା ସହ ଚାଷ-ବାସ କାର୍ଯ୍ୟ ଜୋର ଧରିଛି । ହେଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଆହୁରି ପ୍ରାୟ ୧୫ ପ୍ରତିଶତ ଚାଷ ବିଲ ପଡିଆ ପଡ଼ିଛି , ଏମିତିକି , ସେହି ଚାଷ ବିଲରେ ମାଟି ଚସିବା ପାଈଁ ଏ ପର୍ଯ୍ୟନ୍ତ ହଳ-ଲଙ୍ଗଳ ମଧ୍ୟ ବୁଲି ନ ଥିବା ଦେଖାଯାଇଛି ।
ଜିଲ୍ଲାରେ ଜୁଲାଇ ମାଡରେ କିଛିଟା ଭଲ ବର୍ଷା ହୋଇଥିଲା । ଏମିତିକି , ସ୍ଵାଭାବିକ ଠାରୁ ଅଧିକ ପରିମାଣର ବର୍ଷା ହୋଇଥିଲା , ହେଲେ ଏହି ବର୍ଷା ଜିଲ୍ଲାର ଅଧିକ ଚାଷ-ବହୁଳ କାଶୀନଗର , ଗୋଷାଣୀ , ଓ ମୋହନା ବ୍ଲକ ଅଞ୍ଚଳ ସମେତ ପାରଳାଖେମୁଣ୍ଡି ଅଞ୍ଚଳରେ ପ୍ରାୟ ୨୨ ପ୍ରତିଶତ କମ ବର୍ଷା ହୋଇଥିଲା ।
ଜୁନ ମାସରେ ସ୍ଵାଭାବିକ ଠାରୁ ଢେର କମ ବର୍ଷା ହୋଇଥିଲେ ମଧ୍ୟ ଚାଷୀକୁଳ ଜୁଲାଇ ମାସର ବର୍ଷାକୁ ଦେଖି ଏବଂ ଆଗକୁ ଆହୁରି ଭଲ ବର୍ଷା ହେବା ଜାଣି ଚାଷ କାର‌୍ୟ୍ୟ ପାଈଁ ଋଣ-କରଜ କରି ଚାଷ କାର୍ଯ୍ୟ ଜୋରରେ ଆରମ୍ଭ କରି ଦେଇଥିଲେ । ତଳି ଲଗାଇ ବିଲର ମାଟି ଚଷୀ , ବର୍ଷା ପାଈଁ ଚାଷୀକୁଳ କେବଳ ମେଘ ଉପରକୁ ଚାହିଁ ରହନ୍ତି , କିନ୍ତୁ ବର୍ଷାର ଦେଖା ମିଳେନି । ଏଭଳି କିଛିଦିନ ଧରି ବର୍ଷା ନ ହେବା ଫଳରେ ଚାଷଜମି ଗୁଡ଼ିକ ଅଭାବୀ ବର୍ଷା ଓ ଅତ୍ୟଧିକ ଖରାରେ ମାଟି ଫାଟିଜିବା ସହ ଲଗାଇଥିବା ତଳି ପ୍ରାୟ ପୋଡି ହଳଦିଆ ପଡ଼ି ଯାଇଥିଲା। ଅଗଷ୍ଟ ମାସର ୪ ତାରିଖ ପର୍ଯ୍ୟନ୍ତ ଚାଷୀକୂଳ ଏଭଳି ଅଭାବୀ ବର୍ଷା ପରିସ୍ଥିତିର ସମ୍ମୁଖିନ ହେଉଥିବା ବେଳେ ପୁଣି ଇନ୍ଦ୍ରଦେବଙ୍କ ଆଶୀର୍ବାଦ ସ୍ୱରୂପ ଜିଲ୍ଲାବ୍ୟାପି ୩ ଦିନ ଧରି ଲଗାଣ ବର୍ଷା ହେଲା ଏବଂ ଏହି ବର୍ଷା ଅଧିକ ନ ହେଲେ ମଧ୍ୟ ନିଅଣ୍ଟିଆ ସ୍ଵାଭାବିକ ବର୍ଷା ପରିମାଣର କିଛିଟା ଭରଣା ହୋଇଥିଲା । ଏହି ବର୍ଷାରେ ହିଁ ଚାଷୀକୁଳ ଆସ୍ୱସ୍ତି ଲାଭ କରି ବିଲମୁହାଁ ହୋଇ ଚାଷ କାର୍ଯ୍ୟକୁ ଆଗେଇ ନେଇ ଚାଲିଛନ୍ତି । ବର୍ତ୍ତମାନ ସୁଦ୍ଧା ପ୍ରାୟ ୬୫ ପ୍ରତିଶତ ହେକ୍ଟର ଚାଷ ଜମିରେ ଚାଷକାର୍ଯ୍ୟ ଧାନ-ତଳି ରୁଆ କାର୍ଯ୍ୟ ସାରିଲାଣି ।
ଜିଲାରେ ଚଳିତ ଅଗଷ୍ଟ ମାସର ସ୍ଵାଭାବିକ ବର୍ଷା ପରିମାଣ ୨୫୩,୬ ମି:ମି ଥିବା ବେଳେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୨୧୫ ମି:ମି ବର୍ଷା ହୋଇଥିବା ଜଣାଯାଇଛି । ଜିଲ୍ଲା କୃଷି ଅଧିକାରୀ ଏ ସଂପର୍କରେ କହିଛନ୍ତି ଯେ , ଜିଲ୍ଲାରେ ଚଳିତ ଖରିଫ ରେ ମୋଟ ୨୯ ହଜାର ୪୫୫ ହେକ୍ଟର ଜମିରେ ଧାନଚାଷ କରାଯିବାକୁ ଲକ୍ଷଧାର୍ଯ୍ୟ ରଖା- ଯାଇଥିବା ବେଳେ ବର୍ତ୍ତମାନ ପ୍ରାୟ ୬୫ ପ୍ରତିଶତ ହେକ୍ଟର ଚାଷ ଜମିରେ ଧାନତଳି ରୁଆ କାର୍ଯ୍ୟ ସରିଲାଣି । ଆଗାମୀ ସପ୍ତାହ ମଧ୍ୟରେ ଆମର ରହିଥିବା ଲକ୍ଷଧାର୍ଯ୍ୟ ପ୍ରାୟ ପୁରଣ ହୋଇଯିବା ସମ୍ଭାବନା ଦେଖା ଦେଇଛି ବୋଲି କହିଥିଲେ ।

LEAVE A REPLY

Please enter your comment!
Please enter your name here