ବିଧାୟିକା ଉଦଘାଟନ କଲେ ପଂଚାୟତ ସମ୍ମିଳନୀ କକ୍ଷ

0
46

ଖଲିକୋଟ(ଓବି ନ୍ୟୁଜ): ପବିତ୍ର ରାଖୀ ପୂର୍ଣ୍ଣିମା ଓ ୭୩ତମ ସ୍ୱାଧୀନତା ଦିବସ ଅବସରରେ ଖଲିକୋଟ ବ୍ଲକ ଅନ୍ତର୍ଗତ ବଢ଼ିନୂଆପଲ୍ଲୀ ପଂଚାୟତର ନବନିର୍ମିତ ସମ୍ମିଳନୀ କକ୍ଷ ଖଲିକୋଟ ବିଧାୟିକା ସୂର୍ଯ୍ୟମଣୀ ବୈଦ୍ୟ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି ଉପଲକ୍ଷେ ଆୟୋଜିତ ବଢ଼ିନୂଆପଲ୍ଲୀ ସରପଂଚ ବାସୁଦେବ ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ବିଧାୟିକା ଶ୍ରୀତି ବୈଦ୍ୟ ଓ ଗଂଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୋନମ ପଲେଇ, ଖଲିକୋଟ ବ୍ଲକ ଅଧ୍ୟକ୍ଷା ମିନାକ୍ଷୀ ସାହୁ, ଉପାଧ୍ୟକ୍ଷ ଏ.ପ୍ରକାଶ ପାତ୍ର, ଜିଲ୍ଲା ପରିଷଦ ସଭ୍ୟ ଗଙ୍ଗାଧର ଖୁଂଟିଆ, ସନ୍ଧ୍ୟାରାଣୀ ଦଳେଇ, ଖଲିକୋଟ ବିଡିଓ ନବକୃଷ୍ଣ ଜେନା ଓ ତହସିଲଦାର ଚିତରଂଜନ ମହାନ୍ତ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ୫ଟି ମାଧ୍ୟମରେ ବିକାଶକୁ ଆଗେଇ ନେବା ପାଇଁ ଲୋକମାନଙ୍କ ସହଯୋଗ କାମନା କରିଥିଲେ । ସଭାରେ ପୂର୍ବତନ ସରପଂଚ, ସମିତିସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟ ପ୍ରମୁଖଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ରାମମୋହନ ପଣ୍ଡା ସ୍ୱାଗତ ଭାଷଣ ଦେଇଥିବାବେଳେ ବରିଷ୍ଠ ବିଜେଡି ନେତା କିଶୋର ପଲେଇ, ଯୁବନେତା ଦୈତାରୀ ବେହେରା, ନିରଂଜନ ନାୟକ, ଦିଲ୍ଲୀପ କୁମାର ଜେନା, ପ୍ରସନ୍ନ ଆଚାର୍ଯ୍ୟ, ଚକ୍ରପାଣି ରାଉତ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here