ଲୋକାୟୁକ୍ତ ଶିବିର

0
34

ବ୍ରହ୍ମପୁର(ଓବି ନ୍ୟୁଜ): ଓଡ଼ିଶାରେ ନୁର୍ତୀତିକୁ ଜଗିବ ଲୋକାୟୁକ୍ତ । ଏଣୁ ଲୋକାୟୁକ୍ତ ବ୍ୟବସ୍ଥାକୁ ଶକ୍ତିଶାଳି କରିବା ପାଇଁ ଆରମ୍ଭ ହୋଇଛି ପ୍ରୟାସ । ଏଥିପାଇଁ ବ୍ରହ୍ମପୁରଠାରେ ଆୟୋଜିତ ହୋଇଥିଲା ଏକ ସଚେତନତା ଶିବିର । ଗଂଜାମ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆୟୋଜିତ ଏହି ଶିବିରରେ ଲୋକାୟୁକ୍ତର ଅଧ୍ୟକ୍ଷ ଅଜିତ ସିଂ, ସଦସ୍ୟ ଜଷ୍ଟିସ୍ ବି.କେ ନାୟକ, ସଦସ୍ୟ ଡ. ରାଜେନ୍ଦ୍ର ପ୍ରସାଦ ଶର୍ମା, ଜିଲ୍ଲା ଦୌରାଜଜ୍ ବିଭୁ ପ୍ରସାଦ ରାଉତ, ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଓ ବ୍ରହ୍ମପୁର ଏସପି ପିନାକ ମିଶ୍ର ପ୍ରମୁଖ ଯୋଗଦାନ କରିଥିଲେ । ଲୋକାୟୁକ୍ତର କାର୍ଯ୍ୟକ୍ରମ ବିଶେଷ କରି ଦୁର୍ନୀତିକୁ ରୋକିବା ପାଇଁ ଏହାର କ’ଣ ଭୂମିକା ରହିଛି, ସାଧାରଣ ଲୋକ କୌଣସି ସରକାରୀ ଅଧିକାରୀଙ୍କ ବିରୋଧରେ ଦୁର୍ନୀତି ସମ୍ପର୍କିତ ଅଭିଯୋଗ କିପରି କରିପାରିବେ, ସେ ସମ୍ପର୍କରେ ବୁଝାଇଥିଲେ । ଆଗକୁ ଏକ ପୋଷ୍ଟାଲ କାର୍ଯ୍ୟକାରୀ ହେବ । ମାମଲାର ସଂଖ୍ୟାକୁ ଦୃଷ୍ଟିରେ ରଖି ଭିନ୍ନ ଭିନ୍ନ ଜିଲ୍ଲାରେ ଏହାର ବେଂଚ ମାଧ୍ୟମରେ ବିଚାରଣ ପାଇଁ ଚିନ୍ତା କରାଯିବ ବୋଲି ଅଧ୍ୟକ୍ଷ ସ ସଦସ୍ୟମାନେ କହିଥିଲେ ।

LEAVE A REPLY

Please enter your comment!
Please enter your name here