ବାଜପେୟୀଙ୍କ ଶ୍ରାଦ୍ଧବାର୍ଷିକୀ ପାଳନ

0
55

ବ୍ରହ୍ମପୁର(ଓବି ନ୍ୟୁଜ): ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ୱର୍ଗୀୟ ଅଟଳ ବିହାରୀ ବାଜପେୟୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ଭାରତୀୟ ଜନତା ପାର୍ଟି ଗଂଜାମ ଜିଲ୍ଲା ତରଫରୁ ଗାନ୍ଧିନଗର ସ୍ଥିତ ଜିଲ୍ଲା କାର୍ଯ୍ୟାଳୟଠାରେ ବାଜପେୟୀଜୀଙ୍କ ପୁଣ୍ୟତିଥି ପାଳିତ ହୋଇଯାଇଛି । ଜିଲ୍ଲା ସଭାପତି କାହ୍ନୁଚରଣ ପତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ କାର୍ଯ୍ୟକର୍ତାମାନେ ବାଜପେୟୀଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ତାଙ୍କ ମହାନ ଜୀବନୀର ସ୍ମୃତିଚାରଣ କରିଥିଲେ । ଗତବର୍ଷ ଆଜିର ଦିନରେ ବାଜପେୟୀଙ୍କ ୯୩ ବର୍ଷ ବୟସରେ ଦେହାନ୍ତ ହୋଇଥିଲା ।

୧୯୨୪ ମସିହା ଗ୍ୱାଲିୟରଠାରେ ଜନ୍ମ ହୋଇଥିବା ଅଟଳ ବିହାରି ବାଜପେୟୀ ଏକାଧାରରେ ଜଣେ ମହାନ ରାଷ୍ଟ୍ରନାୟକ, ଅଦ୍ୱିତୀୟ ଜନନାୟକ, ପ୍ରଖର ରାଷ୍ଟ୍ରବାଦୀ, ସୁଚିନ୍ତକ, ସୁଲେଖକ ତଥା କୋଟି କୋଟି ଜନସାଧାରଣଙ୍କ ମାର୍ଗଦର୍ଶକ, ଅଟଳ ବିହାରୀ ବାଜପେୟୀ ଅଗଣିତ ବ୍ୟକ୍ତିତ୍ୱର ପୁଞ୍ଜ ଥିଲେ । ବ୍ୟକ୍ତିଗତ ଜୀବନରେ ଅତି ସରଳ ଓ ନମ୍ର ବାଜପେୟୀ ଜଣେ ନିର୍ଭିକ ଓ ପ୍ରତିଭାବାନ ଗୁଣର ଅଧିକାରୀ ଥିଲେ । ଦେଶର ହିତ ତଥା ଉନ୍ନତି ପାଇଁ ସଦାସର୍ବଦା ଚିନ୍ତିତ ବାଜପେୟୀଙ୍କୁ ପ୍ରଧାନମନ୍ତ୍ରୀତ୍ୱ କାଳରେ ଯେଉଁସବୁ ଲୋକାଭିମୁଖି ଜନକଲ୍ୟାଣ ଯୋଜନା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାର ସଫଳ ରୂପାୟନ ପୋଖରାନଠାରେ ପରମାଣୁ ପରୀକ୍ଷଣ କରି ସାରା ବିଶ୍ୱରେ ଭାରତବର୍ଷକୁ ଏକ ପରମାଣୁ ସମ୍ପନ୍ନ ଦେଶ ଭାବେ ପ୍ରତିଷ୍ଠିତ କରିପାରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି କାହ୍ନୁଚରଣ ପତି ସ୍ୱର୍ଗୀୟ ବାଜପେୟୀଙ୍କ କବିତା ପାଠ କରିବା ସହ କାଶ୍ମିରରୁ ୩୭୦ ଓ ୩୫ ଏ ଧାରା ଉଚ୍ଛେଦ ହେବା ପରେ ତାଙ୍କର ସ୍ୱପ୍ନ ସାକାର ହୋଇଛି ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୁନିଲ କୁମାର ସାହୁ, ପ୍ରଭାତ କିରଣ ଷଡ଼ଙ୍ଗୀ, ପ୍ରବୀର ପାତ୍ର, ମଦନମୋହନ ପାତ୍ର, ସିଦ୍ଧାନ୍ତ ଗଙ୍ଗଦେବ, ପ୍ରଦୀପ ଶତପଥୀ, ଡି.କରୁଣାକର, ଅମୂଲ୍ୟ ଚୌଧୁରୀ, ନିରଂଜନ ପାଣିଗ୍ରାହୀ, ନମିତା ରାଣୀ ପଣ୍ଡା, ସୁବାସିନୀ ପଟ୍ଟନାୟକ, ସୁଜାତା ବିଷୋୟୀ, ସୁନିଲ ପାତ୍ର, କିରଣ କୁମାର ସାହୁ, ବିକାଶ ପାଣିଗ୍ରାହୀ, ବିଜୟ ପଣ୍ଡା, ଅଶୋକ ଦାସ, ସୁମନ ଶତପଥୀ, ରବିନାରାୟଣ ସାବତ, ନୀଳାଂଚଳ ପଣ୍ଡା, ଗୌରୀ ମହାନ୍ତି, କୈଳାଶ ଜେନା, ଗୌତମ ମହାରଣା, ପ୍ରଜ୍ଞାପରମିତା ପାଢ଼ୀ, ବି.ରାଜେନ୍ଦ୍ର ପ୍ରଧାନ, ଟୁଲୁ ମହାରଣା, ସୁଶିଳା ମଲିକ, ମଧୁସୂଦନ ସାହୁ, ସୂର୍ଯ୍ୟ ନାହାକ, ସନ୍ତୋଷ ପାଣିଗ୍ରାହୀ, ସୂର ପାଢ଼ୀ, ଶିବଶଙ୍କର ମହାରଣା, କୁଞ୍ଜ ବିହାରୀ ପଣ୍ଡା, ପ୍ରଦୀପ ସାହୁ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here