ସାନଖେମୁଣ୍ଡି (ଓବି ନ୍ୟୁଜ୍) ସନ୍ତୋଷ କୁମାର ଦାଶ । ସାରା ରାଜ୍ୟରେ ଚାଲିଥିବା ବେଆଇନ ଚିମିନୀ ଇଟା ଭାଟି ଦ୍ବାରା ରାଜସ୍ବ ବିଭାଗ ଅଜସ୍ର ରାଜସ୍ବ ହରାଉଥିବା ବେଳେ ଫସଲ ଉପଯୋଗୀ ବହୁ ଜମିରୁ ଉର୍ବର ମାଟି ନଷ୍ଟ ହେଉଅଛି ।ଅନ୍ୟ ଦିଗରେ ଆବଶ୍ୟକୀୟ ପରିବେଶ ପ୍ରଦୂଷଣ ବିଭାଗ ସୁପାରିଶ,ଖଣିଜ ବିଭାଗର ଅନୁମତି ଏବଂ ଏନ୍ ଜି ଟି ସୁପାରିଶ ନଥାଇ ପ୍ରାୟ ଇଟାଭାଟି ଚାଲୁଥିବାରୁ ରାଜସ୍ବ ବିଭାଗ ସବୁବେଳେ ଚାପରେ ରହୁଅଛି ।ସରକାର ଏଥିପାଇଁ ପୋଡ଼ା ମାଟି ଇଟାଭାଟି ପାଇଁ ସ୍ଵୀକୃତି ଦେବା ବନ୍ଦ କରିଥିଲେ ମଧ୍ୟ ପ୍ରାୟ ଅଞ୍ଚଳରେ ଚୀମିନି ଇଟାଭାଟି ଚାଲୁଥିବା ଜିଲ୍ଲାସ୍ତରରେ ଅଭିଯୋଗ ହେଉଅଛି ।ଏହି ସ୍ଥିତିକୁ ସୁଧାରିବା ପାଇଁ ଜିଲ୍ଲା ସ୍ତରୀୟ ରାଜସ୍ବ ସମୀକ୍ଷା ବୈଠକର ନିର୍ଧାରଣ ପ୍ରକାରେ ଏବଂ ଜିଲ୍ଲାପାଳ ଗଞ୍ଜାମ ଶ୍ରୀ ବିଜୟ ଅମୃତ କୁଲାଙ୍ଗେଙ୍କ ନିର୍ଦ୍ଧେଶ କ୍ରମେ ସାନଖେମୁଣ୍ଡି ତହସିଲଦାର ଶ୍ରୀ ଅମିତ କୁମାର୍ ନାୟକଙ୍କ ତତ୍ତ୍ଵାବଧାନରେ ଆଜି ତହସିଲ ଅନ୍ତର୍ଗତ ରେ ଥିବା ସମସ୍ତ ବେ ଆଇନ ଚିମୀନି ଇଟାଭାଟି କୁ ଚଢ଼ାଉ କରାଯାଇଛି ।ସ୍ଥାନୀୟ ପ୍ରଦୂଷଣ ବୋର୍ଡ ସହକାରୀ ଯନ୍ତ୍ରୀ,ରଜସ୍ଵବିଭାଗ କର୍ମକର୍ତ୍ତା,ଦିଗପହଣ୍ଡି ଅଗ୍ନିଶମ ଅଧିକାରୀ ଏବଂ ପାଟପୁର ଓ ହିଞ୍ଜିଳି ପୋଲିସ ସହାୟତାରେ ଆଜି ତହସିଲର ଧର୍ମରାୟପୂର୍, ଖଳିଙ୍ଗି,କରାଖଣ୍ଡି,,କଇଥ ବେଡା,ନିଷ୍ଟିପୂର୍,ଗମ୍ଭାରିଗୁଡ଼ ଆଦି ସ୍ଥାନରେ ଚାଲୁଥିବା ଚୀମିନୀ ଭାଟିକୁ ମିଳିତ ଚଢାଉ କରାଯିବାସହ ଆବଶ୍ୟକୀୟ ସୁପାରିଶ ଓ ପ୍ରମାଣପତ୍ର ନଥିବା କାରଣରୁ ସବୁ ଭଟିକୁ ସିଜ୍ କରାଯାଇଛି ।ତଦନ୍ତ ପ୍ରକ୍ରିୟାରେ ମହଜୁଦ ଥିବା ଇଟାର ଆକଳନ କରାଯାଇ ବିଭାଗୀୟ ସିଲ୍ କରାଯିବାସହ ନାଲି ପତାକା ମାରି ଅଞ୍ଚଳକୁ ନିଶିଧଞ୍ଚଳ ଘୋଷିତ କରାଯାଇଅଛି ।ଅନ୍ୟ ଆଦେଶ ଏବଂ ବିଧିବଦ୍ଧ କାଗଜାତ୍ ସହ ତହସିଲର ଯୋଗାଯୋଗରେ ରହିବାକୁ ଭାଟି ମାଲିକଙ୍କୁ ନିର୍ଦ୍ଧେଶ ଜାରି କରାଯାଇଛି ।