ଧର୍ମଘଟ ପ୍ରତ୍ୟାହୃତ : ବସ ଚଳାଚଳ ସ୍ୱାଭାବିକ

0
101

ପାରଳାଖେମୁଣ୍ଡି(ଓବି ନ୍ୟୁଜ)(ଗଣେଶ କୁମାର ରାଜୁ):ପାରଳାଖେମୁଣ୍ଡି ନୁଆ- ବସଷ୍ଟାଣ୍ଡ ଠାରେ , ଗଜପତି ଜିଲ୍ଲା ମୋଟର ପରିବହନ କର୍ମଚାରୀ ସଂଘ ପକ୍ଷରୁ ସୁରକ୍ଷିତ ଯାତ୍ରୀ ସେବା ନିମନ୍ତେ ଗତ ୧୪ ତାରିଖ ଠାରୁ ୫ ଦଫା ଦାବି ନେଇ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଚାଲିଥିବା ଧର୍ମଘଟ ପ୍ରତ୍ୟାହୃତ ହୋଇଛି। ଦୀର୍ଘ ୩ ଦିନ ଧରି ଧର୍ମଘଟ ହେବା ଫଳରେ ଏଠାରୁ ଚଳାଚଳ କରୁଥିବା ଶତାଧିକ ବସ ସେବା ସମ୍ପୁର୍ଣ୍ଣ ଭାବେ ପ୍ରଭାବିତ ହୋଇଥିଲା । ଯାତ୍ରୀ ମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହୋଇଥିଲେ । ତେବେ ଜିଲ୍ଲା ପ୍ରଶାସନ ଓ ମୋଟର ସଂଘ ମଧ୍ୟରେ ଖୋଲା ଆଲୋଚନା ହେବା ଓ ଦାବି ଗୁଡ଼ିକ ଉପରେ ପର୍ଯ୍ୟ।ୟ କ୍ରମେ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି କହିବା ପରେ ଧର୍ମଘଟ ପ୍ରତ୍ୟାହୃତ ହୋଇଥିଲା । ଜିଲ୍ଲା ମୋଟର ପରିବହନ କର୍ମଚାରୀ ସଂଘର ୫ ଦଫା ଦାବି ଗୁଡ଼ିକ ମଧ୍ୟରେ ମୁଖ୍ୟତଃ ନୂତନ ବସଷ୍ଟାଣ୍ଡ ଠାରେ ଥିବା ଦୁଇଟି ମଦ-ଦୋକାନ ତୁରନ୍ତ ବନ୍ଦ କରିବା , ଡିଜେଲ ବଦଳରେ କିରାସିନ ବ୍ୟବହାର କରି ବସ ଚଳାଇବା ତୁରନ୍ତ ବନ୍ଦ କରିବା , କଣ୍ଡିସନ ନ ଥିବା ପୁରୁଣା ବସରେ ବିପଦଜନକ ଯାତ୍ରୀ ପରିବହନ ପାଇଁ ଅନୁମତି ନ ଦେବା ଏବଂ ଯାତ୍ରୀ ମାନଙ୍କ ସୁବିଧା ପାଇଁ ଯାତ୍ରୀ ଟିକଟ ବିକ୍ରୟ କାଉଣ୍ଟର ସହ ଯାନ- ଅନୁସନ୍ଧାନ ଓ ମାଈକ୍ ଘୋଷଣାର ଅନୁମତି ଦେବା ଏବଂ ଖରାପ ରାସ୍ତାର ମରାମତି ତୁରନ୍ତ କରାଯିବା ପ୍ରଭୃତି ଦାବି ଗୁଡ଼ିକ ଅନ୍ତର୍ଭୁକ୍ତ ।
ଏହି ଦାବିଗୁଡ଼ୀକୁ ନେଇ ଗତ ଜାନୁଆରି ମାସ ୨୫ ତାରିଖ ଦିନ ଜିଲ୍ଲା ପ୍ରଶାସନକୁ ଜଣାଇ ଦିଆ ଯାଇଥିଲା , ତେବେ ଏ ଦିଗରେ କୋଣସି ପଦକ୍ଷେପ ନ ନିଆଯିବା ଫଳରେ, ସଂଘ ପକ୍ଷରୁ ଏଭଳି ଧର୍ମଘଟ କରାଯିବାର ନିଷ୍ପତି ନିଆ ଯାଇଥିଲା
ଆଜି ମଧ୍ୟାହ୍ନରେ ବସ ଚଳାଚଳ କିଛିଟା ଚାଲିଥିଲେ ମଧ୍ୟ ୧୮/୮/୨୦୧୯ ସକାଳ ଠାରୁ ବସ ଚଳାଚଳ ସମ୍ପୁର୍ଣ୍ଣ ଭାବେ ସ୍ଵାଭାବିକ ହେବ ବୋଲି ସଂଘ ପକ୍ଷରୁ ନୁଆ ବସଷ୍ଟାଣ୍ଡ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୁଚନା ଦିଆ ଯାଇଥିଲା ।
ଏହି ସାମ୍ବାଦିକ ସମ୍ମିଳନୀରେ ସଂଘର ସଭାପତି ଦାନାନା ଜଗନ୍ନାଥ ରାଓ , କାର୍ଯ୍ୟକାରୀ ସଭାପତି- ସୁନୀଲ କୁମାର ପଟନାୟକ , ଉପ-ସଭାପତି ଗୌରୀ ଶଙ୍କର ପଣ୍ଡା , ସମ୍ପାଦକ-ନରସିଂହ ମାଳ-ବିଶୋୟୀ ଏବଂ ଆଇନ ପରାମର୍ଶ-ଦାତା ହରେକୃଷ୍ଣ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here