ଧରାକୋଟ (ଓବି ନ୍ୟୁଜ୍)( ଗିରିଜା ପ୍ରସାଦ ରଥ ) ଧରାକୋଟ ବ୍ଳକ୍ ଢଭଗା ପଂଚାୟତ ଅନ୍ତର୍ଗତ ବାହୁଡାଗୁଡା ଗ୍ରାମର ଭଗବାନ ଗୈାଡଙ୍କ ଦୁଇ ପୁଅ ଗଙ୍ଗା ଗୈାଡ ଏବଂ ଅଶୋକ ଗୈାଡ ଗ୍ରାମ ଉପକଣ୍ଠ ପାହାଡ ପାଶ୍ୱର୍ସ୍ଥିତ ଗୁଡିଖାତ ନିକଟରେ ଗୁହାଲ କରି ଛେଳି ରଖିଆସୁଥିଲେ । ଗତ ଶୁକ୍ରବାର ଦିନ ଦୁଇ ଭାଇ ଛେଳି ପଲ ଧରି ପାହାଡକୁ ଚରେଇବାକୁ ଯଇଥିଲେ । ସନ୍ଧ୍ୟା ସମୟରେ ଗୁହାଳରେ ଛାଡି ଦୁଇ ଭାଇ ଘରକୁ ଯାଇଥିଲେ, ହଠାତ୍ ଛେଳି ମାନଙ୍କ ଚିତ୍କାର ଶୁଣି ଗୁହାଳ ପାଖକୁ ଗଲା ବେଳେ ୩୫ଟି ଛେଳି ଖଣ୍ଡିଆ ଖାବରା ହୋଇ ଛଟପଟ ହେଉଥିବା ଦେଖିଥିଲେ । ଛେଳି ଗୁଡିକର ବେକ ପିଠି ପେଟ ରେ ଗଭୀର କ୍ଷତ ସହ କେତେକ ଛେଳିର ଅନ୍ତପୁତା ବାହାରକୁ ବାହାରି ଆସିଥିଲା । ଏହା ପରେ ଧରାକୋଟ ସରକାରୀ ପ୍ରାଣୀ ଚିକିତ୍ସକଙ୍କୁ ଖବର ଦିଆଯାଇଥିଲା, ଖବରପାଇ ପ୍ରାଣୀ ଚିକିତ୍ସକ ଘଟଣାସ୍ଥଳରେ ପହଂଚି ବେଳେ ଛେଳିଗୁଡିକ ମରି ଯାଇଥିବା ଦେଖିଥିଲେ ଏବଂ ସେଠାରେ ଶବ ବ୍ୟବଛେଦ କରିଥିଲେ ଶନିବାର ଉପଖଣ୍ଡ ପଶୁ ଚିକିତ୍ସା ଅଧିକାରୀ ବନମାଳି ସାହୁ ଢଭଗା ରାଜସ୍ୱ ନିରୀକ୍ଷକ ଶ୍ରୀକାନ୍ତ ରଥ, ଭି.ଏ.ଏସ୍. ମାନସରଂଜନ ପୋଲାଇ ପ୍ରମୁଖ ପରିଦର୍ଶନ କରି ରାଜସ୍ୱ ବିଭାଗ ସହାୟତାରେ ରିପୋର୍ଟ ସରକାରଙ୍କୁ ପ୍ରଦାନ କରିଛନ୍ତି । ଏ ସମ୍ପର୍କରେ ତହସିଲସାର ଗଦାଧର ପାତ୍ର କହିଛନ୍ତି ରିପୋର୍ଟ ମିଳିବା ପରେ ପ୍ରଶାସନ ପକ୍ଷରୁ କ୍ଷୟକ୍ଷତି ମିଳିବ । ଗରୀବ ଦୁଇ ଭାଇ ୩୫ଗୋଟି ଛେଳି ହରାଇ ନିଜର ବୃତ୍ତି ହରାଇଛନ୍ତି, ପ୍ରଶାସନ ପକ୍ଷରୁ ଉପଯୁକ୍ତ ପରିମାନର କ୍ଷତି ଦେବାକୁ ଦାବି କରିଛନ୍ତି ।