ପାରଳାଖେମୁଣ୍ଡି (ଓବି ନ୍ୟୁଜ୍) (କୃଷ୍ଣ କୁମାର ବେହେରା) ; ଗଜପତି ଜିଲ୍ଲା ଗୁମା ବ୍ଲକ ଅନ୍ତର୍ଗତ ଗାଇବା ପଞ୍ଚାୟତ ସର୍ଗିଆସିଂ ଗ୍ରାମରେ ବିଦ୍ୟୁତ କାମ କରିବା ସମୟରେ ଜଣେ ମୃତ ହୋଇଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ,ତିମିୟା ଭୁୟାଂ(୪୫) ନାମକ ଜଣେ ବ୍ୟକ୍ତି ବିଦ୍ୟୁତ ଖୁଣ୍ଟ ରେ ଚଢି କାମ କରୁଥିବା ସମୟରେ କେହି ଜଣେ ମେଇନ ସୁଇଚ୍ ଅନ୍ କରିଦେଇଥିଲା । ପଳରେ ଘଟଣାସ୍ଥଳରେ ହିଁ ତିମିୟାଙ୍କ ମୃତ୍ୟୁ ଘଟିଥିଲା । ପ୍ରକାଶ ଥାଉ କି, ଉକ୍ତ ପଞ୍ଚାୟତରେ ସାଉଥ୍ କୋ ର କେହି କର୍ମଚାରୀ ନଥିବା ବେଳେ ସାଉଥକୋ କନିଷ୍ଠ ଯନ୍ତ୍ରୀ ସ୍ଥାନୀୟ ଲୋକଙ୍କ ଦ୍ୱାରା ବିଦ୍ୟୁତ ମରାମତି କାର୍ଯ୍ୟ କରିଆସୁଥିଲେ ।