ହିଞ୍ଜିଳିରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ

0
126

ହିଞ୍ଜିଳିକାଟୁ (ଓବି ନ୍ୟୁଜ)(ପବିତ୍ର କୁମାର ପାତ୍ର): ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ରେ ଶନିବାର ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଉଚ୍ଚ ବିଦ୍ୟାଳୟରୁ ସର୍ବମୋଟ ୧୧୩ ଟି ପ୍ରକଳ୍ପ ସ୍ଥାନିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ବିଶ୍ୱନାଥ ମହାରଣା ଓ ସମ୍ମାନୀତ ଅତିଥି ଭାବେ ସିଆରସିସି ସନ୍ତୋଷ କୁମାର ଗୌଡ଼ ଯୋଗଦେଇଥିଲେ । ଅଭିଭାବିକା ଶକୁନ୍ତଳା ସନ୍ତୋଷିରା ଦୀପ ପ୍ରଜ୍ଜଳନ କରି କାର‌୍ୟ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ । ଅତିଥି ମାନେ କୃତି ଶିକ୍ଷାର୍ଥୀଙ୍କୁ ପୁରସ୍କୃତ କରିଥିଲେ । ବିଜ୍ଞାନ ଆଚାର୍ଯ୍ୟ ବାପୁଜି ପ୍ରଧାନଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ୨୦ ଜଣ ବିଞାନ ଶିକ୍ଷକ ବିଚାରକ ମଣ୍ଡଳୀ ଭାବେ ଯୋଗ ଦେଇଥିଲେ । ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ ରାଜେନ୍ଦ୍ର କୁମାର ପାଢି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସହ ପ୍ରଧାନାଚାର୍ଯ୍ୟ ସୁଶାନ୍ତ ବିଷୋୟୀ ଧନ୍ୟବାଦ ଅର୍ପଣ କରିଥିଲେ । ଆଚାର୍ଯ୍ୟ, ଆଚାର୍ଯ୍ୟ।, ସେବକ, ସେବିକା ବୃନ୍ଦ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here