ଚାଲିଗଲା ଲଘୁଚାପ: ବଢ଼ୁଛି ଲୋକଙ୍କ ଦୁର୍ଦ୍ଦଶା

0
26

ଉତକେଲା (ଓବି ନ୍ୟୁଜ)(ଦୟାନିଧି ସା): କେସିଙ୍ଗା ବ୍ଲକର ସିଆଲଝୁଡ଼ଙ୍ଗି , ଭେଜାପଦର ଓ ଗୋହିରାପଦର ଗ୍ରାମବାସୀଙ୍କ ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି । ଏହି ଚାରି ଗ୍ରାମବାସୀଙ୍କ ଯାତାୟତ ସମ୍ପୂର୍ଣ୍ଣ ଠପ ହୋଇଯାଇଛି । କୌଣସି କାମ ପାଇଁ ଉତକେଲା କିମ୍ବା କେସିଙ୍ଗା ଯିବାକୁ ହେଲେ ୧୫ କିମି ବୁଲିକି ଯିବାକୁ ପଡ଼ୁଛି ।
ସୂଚନାଯୋଗ୍ୟ ଯେ କୋକୋଡ଼ମାଳ ଠାରୁ ଭେଜାପଦର ପର୍ଯ୍ୟନ୍ତ ୨.୭୦ କିମି ରାସ୍ତା ପାଇଁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ୧,୯୪୦,୮୩୯୯ ଟଙ୍କାର ଅଟକଳ ବ୍ୟୟ ଧାର୍ଯ୍ୟ ହୋଇଛି । ଏହି କାର୍ଯ୍ୟ ୩୧.୫.୨୦୧୯ରେ ଶେଷ ହେବା କଥା । ହେଲେ ତିନି ମାସରୁ ଅଧିକ ବିତିଯାଇଥିଲେ ମଧ୍ୟ କାର୍ଯ୍ୟ ଶେଷ ହୋଇପାରିନାହିଁ । ରାସ୍ତା ମଝିରେ ଗୋଟିଏ ବ୍ରିଜ କାର୍ଯ୍ୟ ମଧ୍ୟ ଅଧାପନ୍ତରିଆ ହୋଇରହିଛି । ତେଣୁ ଯାତାୟତ କରିବା ପାଇଁ ବାଏପାସ ରାସ୍ତା ତିଆରି ହୋଇଥିଲା । ହେଲେ ଗତ ଲଗାଣ ବର୍ଷାରେ ସେହି ବାଏପାସ ରାସ୍ତା ସମ୍ପୂର୍ଣ୍ଣ ଧୋଇ ହୋଇଯାଇଛି ଓ ବିରାଟ ଗର୍ତ ସୃଷ୍ଟି ହୋଇଛି । ଏହି ରାସ୍ତା ଦେଇ ପ୍ରତିଦିନ ଶତାଧିକ ଲୋକ, ଛାତ୍ରଛାତ୍ରୀ ଯାତାୟତ କରିଥାନ୍ତି । ହେଲେ ବାଏପାସ ରାସ୍ତା ଧୋଇ ଭୟଙ୍କର ଗର୍ତ ହୋଇଥିବାରୁ ଯାତାୟତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ଯଦ୍ୱାରା ଲୋକଙ୍କ ମନରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ଆଗକୁ ପୁଣି ଲଘୁଚାପ ଆସୁଛି । ତେଣୁ ଯଦି ଯାତାୟତ ପାଇଁ ଲଘୁଚାପ ପୂର୍ବରୁ ପ୍ରଶାସନ କିଛି ସୁବିଧା ନକରେ, ତେବେ ୪ ଗ୍ରାମବାସୀ ଆନ୍ଦୋଳନ କରିବା ସହ ରାଜରାସ୍ତା ଅବରୋଧ କରିବେ ବୋଲି ଚେତାବନି ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here