ଭିଜିଲାନ୍ସ ହାତରେ ଧରାପଡ଼ିଲେ ସିଏସଓ

0
65

ବୋରିଗୁମ୍ମା (ଓବି ନ୍ୟୁଜ)(ଦୟାନିଧି ପଟ୍ଟନାୟକ): ମୋଟା ଅଙ୍କର ଟଙ୍କା ଧରି ଗାଡ଼ିରେ ଯାଉଥିବବେଳେ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଗଲେ ସରକାରୀ ବାବୁ । ମାଲକାନଗିରି ଜିଲ୍ଲା ଯୋଗାଣ ଅଧିକାରୀ ଅଭିମନ୍ୟୁ ମହାନ୍ତି ଆଜି କାର ଯୋଗେ ମାଲକାନଗିରିରୁ ବାହାରି ତାଙ୍କ ଘର ବ୍ରହ୍ମପୁର ଅଭିମୁଖେ ଆସୁଥିଲେ । ଯାଉଥିବା ସମୟରେ କୌଣସି ସୂତ୍ରରୁ ଖବର ପାଇ ଜୟପୁର ଭିଜିଲାନ୍ସ ଟିମ ତାଙ୍କ ଗାଡ଼ିକୁ ବୈପାରିଗୁଡ଼ା ଓ ଜୟପୁର ରାସ୍ତାରେ ଅଟକାଇଥିଲା । ଗାଡ଼ି ଯାଂଚବେଳେ ନଗଦ ୧ ଲକ୍ଷ ୯୧ ହଜାର ଟଙ୍କା ଥିବାର ଦେଖିବାକୁ ପାଇଥିଲେ ଭିଜିଲାନ୍ସ ଅଧିକାରୀ । ଏତେ ପରିମାଣର ଟଙ୍କା କେଉଁଠାରୁ ଆଣି କେଉଁଠାକୁ ନେଉଥିଲେ ବୋଲି ପ୍ରଶ୍ନ କରିଥିଲେ । ହେଲେ ତାର ସଠିକ ଉତର ଦେଇପାରିନଥିଲେ ବାବୁ ଜଣଙ୍କ । ସରକାରୀ ନିୟମ ପ୍ରକାରେ କୌଣସି ସରକାରୀ ଅଧିକାରୀ ନିଜ କାର୍ଯ୍ୟାଳୟ ଅଂଚଳ ଛାଡ଼ି ବାହାରକୁ ଗଲେ ଅନୁମତି ଦରକାର ଆଉ ଏହାସହିତ ମୋଟା ଅଙ୍କର ଟଙ୍କା ସାଥିରେ ନେଲେ ତାର କାରଣ ମଧ୍ୟ ଜଣାଇବା ଦରକାର । ବାବୁ ଜଣଙ୍କ କ୍ଷେତ୍ରରେ ଏହାର ବ୍ୟତିକ୍ରମ ଘଟିଥିବାରୁ ଭିଜିଲାନ୍ସ ଅଧିକାରୀ ତାଙ୍କୁ ଅଧିକ ପଚରା ଉଚରା କରିବା ପାଇଁ ଜୟପୁର ଭିଜିଲାନ୍ସ କାର୍ଯ୍ୟାଳୟକୁ ନେଇଛନ୍ତି । ସେପଟେ ତାଙ୍କର ବ୍ରହ୍ମପୁର ବାସଭବନ ସମ୍ପର୍କିୟଙ୍କ ଘର ଉପରେ ଭିଜିଲାନ୍ସ ପକ୍ଷରୁ ଯାଂଚ ଚାଲିଛି ।

LEAVE A REPLY

Please enter your comment!
Please enter your name here