ତଥାପି ସରୁନି କେନାଲ କାମ, ବାଟବଣା ହେଉଛି ପାଣି

0
86

ଜୁନାଗଡ଼ (ଓବି ନ୍ୟୁଜ) (ବିମଳ ଚନ୍ଦ୍ର ଶତପଥୀ): ମଙ୍ଗଳପୁର ଡ୍ୟାମରୁ ଆରମ୍ଭ ହୋଇ ମୁଖିଗୁଡ଼ା କରଜିଗୁଡ଼ା, ବେଙ୍ଗେର, ଚୋରାଗାଁ, ହରମାଲ, ପନଡ଼ିଗାଁ, କଲମପୁର, ଦେପୁର, ତାଳପଦର, ବଙ୍କାପଲା, ଝାରବନ୍ଧ, ବୁଢ଼ିଦର, ତେନ୍ତୁଳିପଡ଼ା, ତେନ୍ତୁଳିଖୁଂଟି, ଶୋରିଷମାଳ, ଗୋଲାମୁଣ୍ଡା, ବନମାଳିପୁର, ଜାରିଂ, ଗୁଂଜିଗୁଡ଼ା, ମିଚାସୋଲା, ଜୁନାଗଡ଼ ଭିତରେ ବାମ କେନାଲର କାମ ସରିଛି । କିନ୍ତୁ ମରାମତି କାମ ସମ୍ପୂର୍ଣ୍ଣ ହେଉନାହିଁ । ସେପଟେ ଡାହାଣ କେନାଲର ଅବସ୍ଥା ମଧ୍ୟ ସେପରି । ମରାମତି ଅପେକ୍ଷାରେ ପଡ଼ିରହିଛି କେନାଲଟି । ବିଭାଗୀୟ ଯନ୍ତ୍ରୀ ଗୋବର୍ଦ୍ଧନ ନାଏକଙ୍କୁ ପଚାରିଲେ ସେ କହୁଛନ୍ତି ନିର୍ବାହୀ ଯନ୍ତ୍ରୀଙ୍କୁ ପଚାରନ୍ତୁ । ହେଲେ ସେ ଫୋନ କଲେ ଫୋନ ଉଠାଉନାହାନ୍ତି । ସେପଟେ ଚାଷୀ ଚିନ୍ତାରେ । ପାଣି ପହଂଚିପାରୁନି ଚାଷଜମିରେ । କେନାଲର ଅଧିକାଂଶ ଜାଗାରେ ଭାଙ୍ଗିରୁଜି ଗଲାଣି । ଏଣୁ ପାଣି ଅଧାବାଟରେ ଅଟକି ଯାଉଛି ପାଣି । ବାରମ୍ବାର ଟେଣ୍ଡର ବାହାରୁଛି କାମ ମଧ୍ୟ ହେଉଛି । ହେଲେ ଟଙ୍କା ବାଟମାରଣା ଭିତରେ ବାଟବଣା ହୋଇଯାଉଛି କେନାଲ ପାଣି । ଲଗାଣ ବର୍ଷା ଯୋଗୁଁ ଚାଷୀକୁଳ ଆଶ୍ୱସ୍ତ ଅନୁଭବ କରୁଛନ୍ତି ସତ ହେଲେ କେନାଲ ନିର୍ମାଣର ସ୍ଥାୟୀ ସମାଧାନ ଚାହୁଁଛନ୍ତି ସମସ୍ତେ । କେନାଲ କାମ ସମ୍ପୂର୍ଣ୍ଣ ହେଲେ ତାହାର ସୁଫଳ ପାଇବାକୁ ଅପେକ୍ଷା ସମସ୍ତଙ୍କର ।

LEAVE A REPLY

Please enter your comment!
Please enter your name here