ରାମନାଗୁଡାରେ ୭୪ତମ ସ୍ବାଧୀନତା ଦିବସ ପାଳିତ

0
96

ରାମନାଗୁଡା (ଓବି ନ୍ୟୁଜ) (ରାକେଶ କୁମାର ବେହେରା) : ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ଅଧିନସ୍ଥ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ସହ ଶିକ୍ଷାନୁଷ୍ଠାନ ଗୁଡିକରେ ୭୪ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି।ରାମନାଗୁଡା ଅଧିନସ୍ଥ ବ୍ଲକ କାର୍ଯ୍ୟଳୟ ସମେତ ତହସିଲ କାର୍ଯ୍ୟାଳୟ, ଗୋଷ୍ଠୀ ଶିକ୍ଷାଧୀକାରୀଙ୍କ କାର୍ଯ୍ୟାଳୟ, ପୋଲିସ ଫାଣ୍ଡି,ପାରିଖିତି ଗ୍ରାମ ପଞ୍ଚାୟତ କାର୍ଯ୍ୟଳୟ,ତାମ୍ପରଗୁଡା ପ୍ରାଥମିକ ବିଦ୍ୟାଳୟ,ରାମନାଗୁଡା ଉଚ୍ଚ ମାଧ୍ୟମ ବିଦ୍ୟାଳୟ, ପାରିଖିତି ସେବାଶ୍ରମ, ଗୁଲୁଣ୍ଠି ସେବାଶ୍ରମ ,ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ଲ୍ୟାମ୍ଫସ କାର୍ଯ୍ୟାଳୟ,ସମ୍ମନୀତ ଶିଶୁ ବିକାଶ କାର୍ଯ୍ୟଳୟଠାରେ ମହାମାରୀ କରୋନା ଯୋଗୁଁ ଅତିଥି ମାନେ ସାମାଜିକ ଦୂରତା ଵଜାୟ ରଖି ଜାତୀୟ ପତାକା ଉତ୍ତୋଳନ କରିଥିଲେ।ସେହିପରି ଗୁଲୁଣ୍ଠି ଗ୍ରାମପଞ୍ଚାୟତ କାର୍ଯ୍ୟଳୟ ଠାରେ ଗୁଲୁଣ୍ଠି ସରପଞ୍ଚ ସୁଶିଳା ନିମାଲା ଜାତୀୟ ପତାକା ଉତ୍ତୋଳନ କରିବା ସହ ମହମାରୀ କରୋନା ଯୋଗୁଁ ସରକାରଙ୍କ ନିଷ୍ପତ୍ତି ପ୍ରକାରେ କମ୍ ଅତିଥି ଗ୍ରହଣରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ମହାମାରୀ କରୋନାରୁ ବର୍ତ୍ତିବା ନିମନ୍ତେ ମାସ୍କ ପରିଧାନ ସହ ସାମାଜିକ ଦୂରତା ବଜାୟ ରଖିବା ସହ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ନିର୍ଦ୍ଦେଶକୁ ଅନୁପାଳନ କରିବା ସହ ସମସ୍ତେ ଆଗେଇ ଆସି ଆଣ୍ଟିଜେନ ଟେଷ୍ଟ କରିବା ସହ ମହାମାରୀ କରୋନାକୁ ଦୂରେଇ ରହିପାରିବାକୁ ମତ ପ୍ରକାଶ କରିଥିଲେ।ସେହିପରି ସମସ୍ତ ଅନୁଷ୍ଠାନ ଗୁଡ଼ିକରେ ଅଳ୍ପ ସଂଖ୍ୟକ ବ୍ୟକ୍ତିବିଶେଷଙ୍କ ଉପସ୍ଥିତିରେ ମାସ୍କ ପରିଧାନ କରି ସାମାଜିକ ଦୂରତା ରକ୍ଷା କରି ନିରାଡ଼ମ୍ବର ସହକାରେ ୭୪ତମ ସ୍ବାଧିନତା ଦିବସ ପାଳନ କରାଯାଇଛି।

LEAVE A REPLY

Please enter your comment!
Please enter your name here