ତୃତୀୟ ଓ ପଂଚମ ଶ୍ରେଣୀ ବୃତି ପରୀକ୍ଷା ଆରମ୍ଭ

0
34

ବୋରିଗୁମ୍ମା (ଓବି ନ୍ୟୁଜ)(ଦୟାନିଧି ପଟ୍ଟନାୟକ): ବୋରିଗୁମ୍ମାସ୍ଥିତ ସରକାରୀ ଏମଇ ସ୍କୁଲରେ ତୃତୀୟ ଓ ପଂଚମ ଶ୍ରେଣୀ ନିମନ୍ତେ ବୃତି ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ସମଗ୍ର ବ୍ଲକର ପଂଚମ ଶ୍ରେଣୀ ନିମନ୍ତେ ୭୨ ଜଣ ଛାତ୍ରଛାତ୍ରୀ ମେଧା ବୃତି ପରୀକ୍ଷା ଦେଇଥିବାବେଳେ ତୃତୀୟ ଶ୍ରେଣୀ ନିମନ୍ତେ ୭୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ପରୀକ୍ଷା କେନ୍ଦ୍ରର ପରିଚାଳିକା ମିରାବାଇ ବେହେରାଙ୍କ ତତ୍ୱାବଧାନରେ ଶାନ୍ତି ଶୃଙ୍ଖଳା ସହ ପରୀକ୍ଷା ଶେଷ ହୋଇଥିଲା । ଛାତ୍ରଛାତ୍ରୀମାନେ ସକାଳ ୧୦ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ୧୦୦ ମାର୍କ ପରୀକ୍ଷା ଦେଇଥିଲେ । ପରିଦର୍ଶକ ଭାବେ ଗୋଷ୍ଠୀ ଶିକ୍ଷାଧିକାରୀ କୃଷ୍ଣଚନ୍ଦ୍ର ନାୟକ, ଏବିଇଓ ଶତ୍ରୁଘ୍ନ ଖଣ୍ଡା, ସୁବାସ ଚନ୍ଦ୍ର ମାଝୀ, ଭଗବାନ ମାଝୀ ପରୀକ୍ଷା କକ୍ଷ ବୁଲି ଦେଖିଥିଲେ । ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ପରୀକ୍ଷା କେନ୍ଦ୍ରରେ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here