ଓକିଲଙ୍କୁ ଧମକ ଦେଇ ଜେଲ ଗଲେ ଚାରି

0
79

ନବରଙ୍ଗପୁର (ଓବି ନ୍ୟୁଜ)(ଟୁଟୁ ପଟ୍ଟନାୟକ):ଓକିଲ ଙ୍କୁ ବନ୍ଧୁକ ଦେଖାଇ ହତ୍ୟା ଓ ଅପହରଣ ଧମକ ଦେଇ ଟଙ୍କା ଆଦାୟ ଅଭିଯୋଗରେ ୪ ଅଭିଯୁକ୍ତ ଗିରଫ । ନବରଙ୍ଗପୁର ପୋଲିସ ଏହି ଅଭିଯୁକ୍ତ ଙ୍କୁ ଗିରଫ କରିଛି ଏନେଇ ସାମ୍ବାଦିକ ସମ୍ମିଳନୀରେ ନବରଙ୍ଗପୁର ଏସପି ନିତିନ କୁସଲକର ସୂଚନା ଦେଇଛନ୍ତି । ଗତ ୪ ତାରିଖ ଦିନ ନବରଙ୍ଗପୁର ସହରର ଓକିଲ ଙ୍କ ମୋଟର ସାଇକଲ ଙ୍କୁ ତାଙ୍କ ଜମି ନିକଟରୁ କେହି ଡକାୟତି କରିନେଇଯାଇଥିଲେ । ପରେ ଶିବୁ ନାମକ ଯୁବକ ଫୋନ ଯୋଗେ ସିନ୍ଧିଗୁଡା ସ୍ଥିତ ଆମ୍ବତୋଟା କୁ ଆସି ମୋଟର ସାଇକଲ ନେଇଯିବାକୁ କହିଥିଲେ । ସେ ମୋଟର ସାଇକଲ ଆଣିବାକୁ ଶିବୁ କହିଥିବା ଆମ୍ବତୁଟା କୁ ଯିବାପରେ ସେଠାରେ ପୂର୍ବରୁ ଶିବୁ ସହ ଆଉ ଦୁଇ ଯୁବକ ଉପସ୍ଥିତ ଥିଲେ ସେମାନଙ୍କ ନିକଟରେ ପିସ୍ତଲ ଥିଲା । ସେମାନେ ତାଙ୍କ ଛାତିରେ ବନ୍ଧୁକ ରଖି ତିନି ଲକ୍ଷ ଟଙ୍କା ଦାବି କରିଥିଲେ ଯଦି ଏ ସମ୍ବନ୍ଧରେ ପୋଲିସ ରେ ସୂଚନା ଦେଲେ ତାକୁ ଅପହରଣ କରି ହତ୍ୟା କରାଯିବ ବୋଲି ଧମକ ଦେଇଥିଲେ । ପୂର୍ବରୁ ସେମାନେ ନବରଙ୍ଗପୁର ର ବିଶିଷ୍ଟ ବିଜେଡି ନେତା ସୁନୀଲ ସାହୁ ଙ୍କୁ ଅପହରଣ କରିନେଇଥିଲେ ଏବଂ ତାଙ୍କୁ ଅପହରଣ କରାଯାଇ ସୁନୀଲ ଙ୍କ ଠାରୁ ମଧ୍ୟ ଅଧିକ ଭୟଙ୍କର ଦଣ୍ଡ ଦିଆଯିବ ବୋଲି ଧମକ ଦେଇଥିଲେ ଓ ଥରେ ଉପରକୁ ଓ ଅନ୍ୟ ଥରେ ତଳକୁ ଏପରି ଦୁଇ ଥର ତାଙ୍କ ନିକଟରେ ଥିବା ବନ୍ଧୁକ ରୁ ବ୍ଲାଙ୍କ ଫାଇରିଂ କରିଥିଲେ । ସେ ତା ପରଦିନ ଅର୍ଥାତ ୫ ତାରିଖ ଦିନ ଓକିଲଙ୍କୁ ବାରମ୍ବାର ଫୋନ କରି ଭୟଭୀତ କରି ଟଙ୍କା ମାଗିବା ରୁ ଭୟରେ ସେ ଶିବୁ କହିଥିବା ସ୍ଥାନ ସେହି ସିନ୍ଧିଗୁଡା ଆମ୍ବତୋଟା ନିକଟକୁ କହିବାରୁ ସେ ଯୋଗାଡ଼ କରି ୧ ଲକ୍ଷ ୯ ହଜାର ଟଙ୍କା ପ୍ରଦାନ କରିଥିଲେ । ଏବଂ ପରବର୍ତ୍ତୀ ମୁହୂର୍ତ୍ତରେ ନବରଙ୍ଗପୁର ପୋଲିସ ଷ୍ଟେସନରେ ମାମଲା ଦାୟର କରିଥିଲେ । ପୋଲିସ ଘଟଣାରେ ତଦନ୍ତ କରି ମୁଖ୍ୟ ଅଭିଯୁକ୍ତ ଶିବୁ ସହିତ ଥିବା ଅନ୍ୟ ତିନି ଜଣ ସହଯୋଗୀ ଙ୍କୁ ଗିରଫ କରିଛି ପୋଲିସ । ତାଙ୍କ ନିକଟରୁ ଗୋଟିଏ ଦେଶୀ ବନ୍ଧୁକ ସହ ୧ ଲକ୍ଷ ଟଙ୍କା ଏବଂ ଦୁଇଟି ମୋଟର ସାଇକଲ ସହ ଦୁଇଟି ମୋବାଇଲ ଜବତ ହୋଇଛି । ଗିରଫ ଅଭିଯୁକ୍ତ ମାନେ ହେଲେ ମୁଖ୍ୟ ଅଭିଯୁକ୍ତ କୁକୁଡ଼ାବାଇ ଗ୍ରାମର ଶିବୁ ଯୋଶୀ, ସିନ୍ଧିଗୁଡା ଗ୍ରାମର କୁର୍ତି ବାସ ହରିଜନ, ଭାଟିଗାଁ ର ମଦନ ନାୟକ, ସିନ୍ଧିଗୁଡା ଗ୍ରାମର କୃଷ୍ଣ ବିଷୋୟୀ । ଘଟଣାରେ ଜଡ଼ିତ ଅନ୍ୟ ୫ ଅଭିଯୁକ୍ତ ଫେରାର ଅଛନ୍ତି ଓ ସେମାନଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ଏସପି ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here