ଆନୁଗତ୍ୟ ନଦେଖାଇଲେ ଚାକିରିରୁ ବିଦା!!!

0
1804

ବ୍ରହ୍ମପୁର (ଓବି ନ୍ରୁଜ)(ତୁଷାର): ସରକାରୀ ତହବିଲରୁ ଦରମା ନେଉଛ ଏଣୁ ଆନୁଗତ୍ୟ ଦେଖାଏ ନଚେତ୍ ଚାକିରିରୁ ବିଦା କରି ଦିଆଯିବ । ସରକାରଙ୍କ ଏମିତି କିଛି କଠୋର ଆଭିମୁଖ୍ୟ ସରକାରୀ ଚାକିରିଆଙ୍କ ମହଲରେ ଏବେ କୋକୁଆ ଭୟ ସୃଷ୍ଟି କରିଛି । ଓଡ଼ିଶାରେ ପଂଚମ ଥର ପାଇଁ ବିଜୁ ଜନତା ଦଳ ସରକାର ଗଠନ କରିଛି । ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ତାଙ୍କର ପଂଚମ ଇନିଙ୍ଗସ୍ ଖେଳୁଛନ୍ତି । ହେଲେ ଏସବୁ ଭିତରେ ରାଜନୀତିର ପାଣିପାଗରେ ଅନେକ କିଛି ପରିବର୍ତନ ହୋଇଛି ।
ଗତ ସାଧାରଣ ନିର୍ବାଚନରେ ଘଡ଼ିକୁ ଘୋଡ଼ା ଛୁଟୁଥିଲା । ଜାତୀୟ ରାଜନୀତିରେ ପ୍ରଭାବ ବିସ୍ତାର କରିଥିବା ବିଜେପି ଓଡ଼ିଶାରେ କ୍ଷମତା ଦଖଲ ପାଇଁ ସବୁ ବଳ ଲଗାଇ ଦେଇଥିଲା । ସେପଟେ ଦୀର୍ଘ ବର୍ଷ ହେଲା କ୍ଷମତାରୁ ଦୁରରେ ରହିଥିବା କଂଗ୍ରେସ ଦଳ ପୁଣି ଥରେ ଓଡ଼ିଶାରେ କ୍ଷମତାକୁ ଫେରି ଆସିବା ପାଇଁ ଆରମ୍ଭ କରି ଦେଇଥିଲା ରଣନୀତି । ହେଲେ ନବୀନ ପଟ୍ଟନାୟକଙ୍କ କରିସ୍ମା ଆଗରେ ଫେଲ୍ ମାରିଲା ବିଜେପି ଓ କଂଗ୍ରେସର ରଣନୀତି । ବିଜେଡ଼ି ଓ ନବୀନଙ୍କ ଉପରେ ଆସ୍ଥା ପ୍ରକଟ କରି ଓଡ଼ିଶାବାସୀ ନବୀନଙ୍କୁ ପୁଣି ଥରେ ବସାଇଲେ ଶାସନ ଗାଦିରେ । ଆଉ ସେପଟେ କେନ୍ଦ୍ରରେ ନରେନ୍ଦ୍ର ମୋଦି ପୁଣି ଥରେ କ୍ଷମତାକୁ ଆସି ବନିଗଲେ ପ୍ରଧାନମନ୍ତ୍ରୀ । ବାସ୍ ତା ପରେ ବଦଳି ଗଲା ରାଜନୀତିର ପାଣିପାଗ ।
ଉଭୟ ନେତା ପରସ୍ପର ପ୍ରତି ନରମ ଆଭିମୁଖ୍ୟ ପୋଷଣ କଲେ । ହେଲେ ପ୍ରତିଟି ପ୍ରସଙ୍ଗରେ ଆଗୁଆ ଗୋଟି ଚାଳନା କରି ନବୀନ ସରକାର ରଚିଲେ ନୂଆ ଇତିହାସ । କ୍ଷମତା ଦଖଲ ପରେ ବିଜେଡ଼ିର ଆରମ୍ଭ ହୋଇଗଲା ମିଶନ୍- ୨୦୨୪ । ବିିଭିନ୍ନ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ସମର୍ଥନ ଦେଉଥିଲେ ବି ଓଡ଼ିଶାରେ ସେମାନଙ୍କ ପ୍ରବେଶକୁ ବନ୍ଦ କରିବା ପାଇଁ ମୁଖ୍ୟମନ୍ତ୍ରୀ ଆରମ୍ଭ କରି ଦେଇଛନ୍ତି ନୂଆ ନୂଆ କସରତ । ଲୋକଙ୍କ ନିକଟତର ହେବା ପାଇଁ ଲୋକଙ୍କ ସମସ୍ୟା ଦୂରୀ କରଣ ପାଇଁ ଆମ ସରକାର ଯୋଜନା ଘୋଷଣା କରିଛନ୍ତି ନବୀନ ପଟ୍ଟନାୟକ । ଆଉ ତାର ଯଥେଷ୍ଟ ପୂର୍ବରୁ ଘୋଷଣା କରି ସାରିଛନ୍ତି ୫-ଟି ସଂପର୍କରେ । ଯାହାର ସମୀକ୍ଷା ନିଜେ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତି ମାସର ଚତୁର୍ଥ ଶନିବାରରେ । ନିଷ୍ଠା ଓ ନିସ୍ୱାର୍ଥପର ଭାବେ ଦୁର୍ନୀତିମୁକ୍ତ ହୋଇ ଲୋକଙ୍କ ସେବା କରିବା ପାଇଁ ସରକାରୀ କଳର ଚପରାଶି ଠାରୁ ଆରମ୍ଭ କରି ସର୍ବୋଚ୍ଚ ବାବୁଙ୍କୁ ବୁଝାଇ ଦେଇଛନ୍ତି । ସରକାରୀ ଯୋଜନା ଲୋକଙ୍କ ନିକଟରେ ପହଂଚାଇବା ପାଇଁ ଏବଂ ସେମାନଙ୍କ ଅଂଚଳର ସମସ୍ୟା ଦୂର କରିବା ପାଇଁ ମଧ୍ୟ ତାଗିଦ୍ କରାଯାଇଛି ବିଭିନ୍ନ ବିଭାଗର ଅଧିକାରୀମାନଙ୍କୁ । ଆଉ ଏଥି ପ୍ରତି ଯାହାର ଆନୁଗତ୍ୟ ରହିବ ନାହିଁ ତାଙ୍କୁ ଚାକିରିରୁ ବିଦା କରି ଦିଆଯିବ ବୋଲି ମଧ୍ୟ ବୁଝାଇ ଦିଆଯାଇଛି । ତେଣୁ ଏହି କ୍ରମରେ ଗତମାସର ସମୀକ୍ଷା ପରେ ୫-ଟିର ଚାବୁକ୍ ପଡ଼ିଛି କିଛି ସରକାରୀ ବାବୁଙ୍କ ଉପରେ । ସେମାନଙ୍କୁ ଚାକିରିରୁ ବିଦା କରି ଦିଆଯାଇଛି । ଏଣୁ ଆଗକୁ କାହାର ପାଳି ପଡ଼ିବ ସେହି ଚିନ୍ତା ଏବେ ଘାରିଛି ଅନେକ ବାବୁଙ୍କୁ । ଆଉ ତାର ପ୍ରତିଫଳନ ଦେଖିବାକୁ ମିଳିଛି ଲୋକଙ୍କୁ ସେବା ପ୍ରଦାନରେ ।

LEAVE A REPLY

Please enter your comment!
Please enter your name here